କନକ ବ୍ୟୁରୋ: ସୋନୁ ସୁଦଙ୍କୁ ଭେଟିଲେ ରାଜବୀରଙ୍କ ପରିବାର । ପୁଅର ଚିକିତ୍ସା ପାଇଁ ବଲିଉଡ ଅଭିନେତା ତଥା ବିପଦ ବେଳର ଦେବଦୂତ ସାଜୁଥିବା ସୋନୁ ସୁଦଙ୍କୁ ଭେଟିଛନ୍ତି ରାଜବୀରଙ୍କ ବାପାମାଆ । ୧୯ ମାସର କୁନି ପୁଅକୁ ଦରକାର ୧୬ କୋଟିର ଇଞ୍ଜେକସନ । ଜୀବନ-ମୃତ୍ୟୁ ମଝିରେ ରହିଛି ମାତ୍ର ୪ ମାସ । ହାତରେ ସମୟ ସରି ସରି ଆସୁଥିବାରୁ ପୁଅକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଅସହାୟ ବାପାମାଆ । ଆଉ ଶେଷରେ ସାହାଯ୍ୟ ପାଇଁ ସୋନୁଙ୍କ ସହଯୋଗ ଲୋଡିଛନ୍ତି ରାଜବୀରଙ୍କ ପିତାମାତା ।

Advertisment

ସୋନୁଙ୍କୁ ଭେଟି ନିଜ ଅସହାୟତା ପ୍ରକାଶ କରିବା ପରେ ଓଡିଶାର କୁନିପୁଅକୁ ସାହାଯ୍ୟ କରିବାକୁ ହାତଯୋଡି ଅନୁରୋଧ କରିଛନ୍ତି ଶ୍ରମିକଙ୍କ ଭଗବାନ । ସୋନୁ କହିଛନ୍ତି କୁନି ପୁଅର ଜୀବନ ବଞ୍ଚାଇବାକୁ ଗୋଟେ ଗରିବ ପରିବାର ପାଇଁ ୧୬ କୋଟିର ଇଞ୍ଜେକସନ ଯୋଗାଡ କରିବା ଅସମ୍ଭବ । ତେଣୁ ଆପଣମାନେ ଚାହିଁଲେ ଏହି ଅସମ୍ଭବ ସମ୍ଭବ ହୋଇପାରିବ । ଆପଣଙ୍କର ଛୋଟ ଛୋଟ ସାହାଯ୍ୟ ରାଜବୀରକୁ ନୂଆ ଜୀବନ ଦେବା ସହ ତା ବାପାମାଆଙ୍କ ମୁହଁରେ ହସ ଫୁଟାଇ ପାରିବ । ପୁଅକୁ ଦାମୀ ଇଞ୍ଜେକସନ ଦରକାର ହେଉଥିବାରୁ ସୋନୁଙ୍କୁ ରାଜବୀରର ପରିବାର ହାତ ଯୋଡି ଭିକ୍ଷା ମାଗିଛନ୍ତି ଆଉ ସୋନୁ ବି ତାଙ୍କ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମେରୁଦଣ୍ଡ ମାଂଶପେଶୀ ଅଟ୍ରୋଫି ବା ଏସଏମଏ ରୋଗରେ ପୀଡିତ ଫୁଲବାଣୀର ୧୯ ମାସର ଶିଶୁ ରାଜବୀର । ଜୀବନ ଆଉ ମୃତ୍ୟୁ ମଧ୍ୟରେ ଆଉ କିଛି ମାସର ସମୟ । ଏହି ବିରଳ ରୋଗରୁ ବଞ୍ଚିବାକୁ ହେଲେ ରାଜବୀର ପାଇଁ ଜୀବନଦାନ ପାଲଟିବ ଜୋଲ ଗେନ୍ସମା ଇଞ୍ଜେକସନ । ଆଉ ଯାହାର ମୂଲ୍ୟ ପାଖାପାଖି ୧୬ କୋଟି ଟଙ୍କା । ଏତେ ଟଙ୍କା ବା ଆସିବ କୁଆଡୁ ? କୁନି ପୁଅ ପାଇଁ କିଏ ବଢାଇବ ହାତ? ଅର୍ଥ ଯୋଗାଡ କରିବାକୁ ଅସମର୍ଥ ଥିବାରୁ ପୁଅର ଜୀବନ ପାଇଁ ସାହାଯ୍ୟ ମାଗୁଛନ୍ତି ବାପା, ମାଆ । ହାତରେ ସମୟ କମ, ଟଙ୍କା ଯୋଗାଡରେ ଅବଧି ସରି ସରି ଆସୁଥିବାରୁ ଧିରେଧିରେ ସରି ବି ଆସୁଛି ଆୟୁଷର ଆଶା ।

ସେପଟେ ଡାକ୍ତର ଡେଡଲାଇନ୍ ଦେଇଛନ୍ତି, ଏପଟେ ଏକୋଇଲବୋଳା ବିଶିକେଶନକୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ପ୍ରଚେଷ୍ଠା ଚଳାଇଛନ୍ତି ଫୁଲବାଣୀର ଏ ଦମ୍ପତ୍ତି । କିଛିଦିନ ତଳେ ଗୋଟିଏ ଇଞ୍ଜେକସନ ପାଇଁ କୋଳରେ ଛୁଆକୁ ଧରି ନବୀନ ନିବାସ ଆଗରେ କାନ୍ଦୁଥିଲା ମାଆ । କଅଁଳା ଶିଶୁକୁ ବଞ୍ଚାଇ ଦେବାକୁ ନବୀନ ନିବାସ ସାମ୍ନାରେ କାକୁତି ମିନତି ହୋଇ ସାହାଯ୍ୟ ମାଗିଥିଲେ ବାପାମାଆ । ଆଉ ଏବେ ସୋନୁଙ୍କ ପାଖରେ ପହଞ୍ଚିଛନ୍ତି ରାଜବୀରର ପରିବାର । ତେବେ ଆପଣ ବି ଦାମୀ ଇଞ୍ଜେକସନ ଦେବାରେ ରାଜବୀରକୁ ସାହାଯ୍ୟ କରନ୍ତୁ । ଯେତିକି ପାରୁଛନ୍ତି ସେତିକି ସାହାଯ୍ୟ କରନ୍ତୁ । ହୁଏତ ଆମମାନଙ୍କ ଏଇ ଛୋଟିଆ ଛୋଟିଆ ଦାନ କୁନିପୁଅକୁ ଦେବ ନୂଆ ଜୀବନ । ସାହାଯ୍ୟ କରିବାକୁ ଚାହୁଁଥିଲେ ଲେଖି ରଖନ୍ତୁ ଏହି ଆକାଉଣ୍ଟ ନମ୍ବର-

publive-image