କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,'ଆମ ଝିଲୀ','ମୁ ଵି ବିଜୟିନୀ 'ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି । ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆସନ୍ତା ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀସାର୍ଥକରେ ।

Advertisment

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରିରଖିଛୁ ଓ ବିବାହ ମହୋତ୍ସବ ପାଳନରେ ଆମ ଚ୍ଯାନେଲ ସବୁବେଳେ ଆଗରେ, ତେଣୁ ଅମ୍ବର ଓ ଧାରାଙ୍କ ଶୁଭବିବାହ ଆମେ ପାଳନ କରିବୁ ଖୁବ ଧୂମଧାମରେ ଓ ପାରମ୍ପରିକ ଓଡିଆ ସମାଜରେ ହେଉଥିବା ବାହାଘର ପରି କେବଳ ଜୀସାର୍ଥକରେ । ପୁରା ଜୀସାର୍ଥକ ପରିବାର ସେଦିନ ଏକାଠି ହେବେ କେବଳ ଏହି ବାହାଘର ପାଇଁ । ‘ଆମ ଝିଲି’ରୁ ଆସିବେ ସିଦ୍ ଓ ଝିଲି, ‘ଖୁସିର ଛୁଙ୍କ’ରୁ କରନ୍ ଓ ଖୁସି, ‘ତୁ ଖରା ମୁଁ ଛାଇ’ରୁ ଏଜେ ଓ ମାନିନୀ, ‘ସୁନା ଝିଅ’ରୁ ବିଷ୍ଣୁ ଓ ପ୍ରିୟା, ‘ମୁଁ ବି ବିଜୟିନୀ’ରୁ ରାଧିକା ଓ ଆକାଶ । କେବଳ ମେଗା ଧାରାବାହିକ ନୁହେଁ, ଓଡ଼ିଶାର ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ଏହି ବର୍ଣାଢ୍ୟ ଉତ୍ସବ କୁ ନିମନ୍ତ୍ରିତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଏଲିନା ସାମନ୍ତରାୟ । ଏହି ବାହାଘରରେ ତାରିକ୍ ଅଜିଜ୍ ଓ ବିଷ୍ଣୁପ୍ରିୟାଙ୍କ ଦମଦାର୍ ପ୍ରଦର୍ଶନ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିବ ଓ ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ । ସମସ୍ତ ଦର୍ଶକଙ୍କୁ ଆମର ସାଦର ନିମନ୍ତ୍ରଣ ଓ ସମସ୍ତେ ରବିବାର ସନ୍ଧ୍ୟା ୬ଟାରେ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଜୀସାର୍ଥକ ବିଜନେସ୍ ହେଡ୍ ପ୍ରତୀକ ସିଲ୍ ।