କନକ ବ୍ୟୁରୋ : ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ କୋରାପୁଟର ରାଇମତି । ବିଶ୍ୱ ବାସୀଙ୍କୁ କୋରାପୁଟ ମାଣ୍ଡିଆର ଜ୍ଞାନ ଦେବା ସହ ମାଣ୍ଡିଆ ଖାଦ୍ୟକୁ ଚଖାଇବେ କୁନ୍ଦ୍ରା ବ୍ଳକର ରାଇମତି ଘିଉରିଆ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ଆସିଛି । ଆଗାମି ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଟିତ ହେବାକୁ ଥିବା ଜି-୨୦ର ଶିଖର ସମ୍ମୀଳନୀରେ ସାମିଲ ହେବା ପାଇଁ ଓଡ଼ିଶାର ୨ ଜଣ ଚାଷୀଙ୍କୁ ନିମନ୍ତ୍ରଣ ଆସିଛି । ଜଣେ ହେଲେ ମୟୁରଭଂଜ ଜିିଲ୍ଳା ଯଶିିପୁର ଅଚଂଳର ସୁବାସ ମହନ୍ତ ଆଉ ଜଣେ କୁନ୍ଦ୍ର ବ୍ଳକର ରାଇମତି ଘିଉରିଆ । ପୁର୍ବରୁ ମଧ୍ୟ ରାଇମତି ମାଣ୍ଡିଆ ଚାଷ ଓ ଏହାର ପ୍ରସାର ପ୍ରଚାର କରି ଅନେକ ପୁରସ୍କାର ପାଇଛନ୍ତି । ଏପରିକି କୃଷି ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀ ରାଇମତିଙ୍କ ଘରକୁ ଯାଇ ମାଣ୍ଡିଆ ଚାଷ ଜମି ବୁଲି ଦେଖିଥିଲେ । ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ରାଇମତି । ତେବେ ଦିଲ୍ଲୀ ଯିବା ଆଗରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଇମତି । ଦିଲ୍ଲୀରେ କୋରାପୁଟର ବାଟି ମାଣ୍ଡିଆ କିସମ ବାବଦରେ ବିଶ୍ୱବାସୀଙ୍କୁ ଜଣାଇବେ ବୋଲି କହିଛନ୍ତି ।