ଗଂଜାମରେ ପୁଣି ନୂଆ ୫୦ ଆକ୍ରାନ୍ତ ଚିହ୍ନଟ : କାଲିଠୁ ବ୍ରହ୍ମପୁରରେ ହେବ ୪ ଦିନିଆ ସଟଡାଉନ୍ । ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ । ଚାରିଆଡେ ଲାଗିଲା ବ୍ୟାରିକେଡ

Advertisment
ଗଂଜାମରେ ପୁଣି ନୂଆ ୫୦ ଆକ୍ରାନ୍ତ ଚିହ୍ନଟ : କାଲିଠୁ ବ୍ରହ୍ମପୁରରେ ହେବ ୪ ଦିନିଆ ସଟଡାଉନ୍ । ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ । ଚାରିଆଡେ ଲାଗିଲା ବ୍ୟାରିକେଡ

କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧ ଶହ ୩୮କୁ ବୃଦ୍ଧି ହୋଇଛି । ଜିଲ୍ଲାରେ ୭୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏବେ ୩୧୨ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୮ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ନୂଆ କରି ଚିହ୍ନଟ ହୋଇଥିବା ୫୦ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେପଟେ କରୋନା ଉପରେ କାବୁ ପାଇବାକୁ ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବାକୁ ଯାଉଛି ୪ ଦିନିଆ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ ।publive-image

ଏହା ବ୍ୟତୀତ ୩୩ଟି ମାମଲା ସ୍ଥାନୀୟ ଅଞ୍ଚଳର (ଆସ୍କାରୁ ୨, ବିଏମସି ଅଞ୍ଚଳରୁ ୩, କବିସୂର୍ଯ୍ୟ ନଗରରୁ ୧୫, ଖଲିକୋଟରୁ ୨, କୋଦଳାରୁ ୪, ପୁରଷୋତ୍ତମପୁର ଏବଂ ସାନଖେମୁଣ୍ଡିରୁ ୨ଜଣ ଲେଖାଏଁ ଏବଂ କୁକୁଡ଼ାଖଣ୍ଡୀ ଏବଂ ଛତ୍ରପୁରରୁ ଜଣେ ଲେଖାଏଁ ଅଛନ୍ତି) । ଏମାନେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଅବଶିଷ୍ଟ ୪ଜଣଙ୍କର ଅନ୍ୟ ରାଜ୍ୟଗୁଡ଼ିକର ଭ୍ରମଣ ଇତିହାସ ରହିଛି। ସେମାନଙ୍କ ଭିତରୁ ଜଣେ ସୁରତ, ୨ଜଣ ମୁମ୍ବାଇ ଏବଂ ଜଣେ ପୁଣେ ଫେରନ୍ତା ବୋଲି ସୂଚନା ଦିଆଯାଇଛି |ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe