କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧ ଶହ ୩୮କୁ ବୃଦ୍ଧି ହୋଇଛି । ଜିଲ୍ଲାରେ ୭୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏବେ ୩୧୨ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୮ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ନୂଆ କରି ଚିହ୍ନଟ ହୋଇଥିବା ୫୦ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେପଟେ କରୋନା ଉପରେ କାବୁ ପାଇବାକୁ ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବାକୁ ଯାଉଛି ୪ ଦିନିଆ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ ।/kanak/media/post_attachments/wp-content/uploads/2020/06/18-20-300x169.jpg)
ଏହା ବ୍ୟତୀତ ୩୩ଟି ମାମଲା ସ୍ଥାନୀୟ ଅଞ୍ଚଳର (ଆସ୍କାରୁ ୨, ବିଏମସି ଅଞ୍ଚଳରୁ ୩, କବିସୂର୍ଯ୍ୟ ନଗରରୁ ୧୫, ଖଲିକୋଟରୁ ୨, କୋଦଳାରୁ ୪, ପୁରଷୋତ୍ତମପୁର ଏବଂ ସାନଖେମୁଣ୍ଡିରୁ ୨ଜଣ ଲେଖାଏଁ ଏବଂ କୁକୁଡ଼ାଖଣ୍ଡୀ ଏବଂ ଛତ୍ରପୁରରୁ ଜଣେ ଲେଖାଏଁ ଅଛନ୍ତି) । ଏମାନେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଅବଶିଷ୍ଟ ୪ଜଣଙ୍କର ଅନ୍ୟ ରାଜ୍ୟଗୁଡ଼ିକର ଭ୍ରମଣ ଇତିହାସ ରହିଛି। ସେମାନଙ୍କ ଭିତରୁ ଜଣେ ସୁରତ, ୨ଜଣ ମୁମ୍ବାଇ ଏବଂ ଜଣେ ପୁଣେ ଫେରନ୍ତା ବୋଲି ସୂଚନା ଦିଆଯାଇଛି |ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/8-24.jpg)