ଦୂତୀ ପାଇବେ ଅର୍ଜୁନ ପୁରସ୍କାର । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡ଼ା ପୁରସ୍କାର ଘୋଷଣା । ୫ ଜଣଙ୍କୁ ଖେଳରତ୍ନ, ୮ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ,୨୭ ଜଣ ଆଥଲେଟ ଅର୍ଜୁନ ପୁରସ୍କାର ଏବଂ ୫ ଜଣଙ୍କୁ ମିଳିବ ଧ୍ୟାନଚାନ୍ଦ୍ ପୁରସ୍କାର ।

784

କନକ ବ୍ୟୁରୋ: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅଜୁର୍ନ ପୁରସ୍କାର । ଦେଶର ପ୍ରତିଭାବାନ୍ କ୍ରୀଡ଼ାବିତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡ଼ା ପୁରସ୍କାର ଘୋଷଣା । ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ମନୋନୀତ କ୍ରୀଡ଼ାବିତଙ୍କ ନାମ ଘୋଷଣା କରାଯାଇଛି । ବିଭିନ୍ନ କ୍ରୀଡ଼ା ଦିଗରେ ସର୍ବୋକୃଷ୍ଠ ପ୍ରଦର୍ଶନ ନେଇ ୫ ଜଣ କ୍ରୀଡ଼ାବିତଙ୍କୁ ମିଳିବ ଖେଳରତ୍ନ, ଯେଉଁଥିରେ ଅଛନ୍ତି କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଅଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାନିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ମନୋନୀତ କରାଯାଇଛି ।

ସେହିପରି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଖେଳାଳିମାନେ ହେଲେ ଅତନୁ ଦାସ (ତୀରନ୍ଦାଜ), ଦୁତି ଚାନ୍ଦ(ଆଥଲେଟିକ୍ସ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ ( ବାସ୍କେଟବଲ), ସୁବେଦାର ମାନିସ କୌଶିକ (ବକ୍ସିଂ), ଲୋଭିନା ବରଗୋହେନ( ବକ୍ସିଂ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ଵନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସଂଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ଅକାଶଦୀପ ସିଂ ଓ ଦିପିକା (ହକି), ଦିପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଦିଭିଜ ସରନ (ଟେନିସ), ସିୟା କେଶବନ ( ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ), ମନୀଷ ନରଓ୍ଵାଲ ( ପାରା ସୁଟିଂ) ।

ଅନ୍ୟପଟେ ୮ ଜଣ ପ୍ରଶିକ୍ଷଣ ବା କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କା ମିଳିବ: ଯେଉଁଥିରେ ଅଛନ୍ତି, ଧର୍ମେନ୍ଦ୍ର ତିୱାରୀ(ତୀରନ୍ଦାଜ) ପୁରୁଷୋତ୍ତମ ରାୟ ( ଆଥଲେଟ୍), ଶିବ ସିଂହ(ବକ୍ସିଂ) ରମେଶ ପଠାନିଆ (ହକି), କ୍ରୀଷନ୍ କୁମାର ହୁଡ୍ଡା (କବାଡ଼ି), ବିଜୟ ଭଲଚନ୍ଦ୍ରା ମୁନିଶ୍ୱର ( ପାରା-ପାୱାରଲିଫ୍ଟିଙ୍ଗ୍) ନରେଶ କୁମାର ( ଟେନିସ୍) ଏବଂ ଓମ୍ ପ୍ରକାଶ ଦହିୟା ( କୁସ୍ତି) ।

ସେହିପରି ୫ ଜଣଙ୍କୁ ମିଳିବ ଧ୍ୟାନଚାନ୍ଦ୍ ପୁରସ୍କାର, ଯେଉଁଥିରେ ଅଛନ୍ତି- କୁଳଦୀପ ସିଂ ଭୁଲ୍ଲର ( ଆଥଲେଟ୍), ଜିନ୍ସୀ ଫିଲ୍ପସ ( ଆଥଲେଟ୍), ପ୍ରଦୀପ ଶ୍ରୀକୃଷ୍ଣା ଗାନେ୍ଧ (ବ୍ୟାଡମିଣ୍ଟନ୍), ତୃପ୍ତି ମୁରୁଗୁଣ୍ଡେ ( ବ୍ୟାଡମିଣ୍ଟନ୍) ଏବଂ ଏନ.ଉଷା ( ବକ୍ସିଂ) କ୍ଷେତ୍ରରେ ମିଳିବ ଧ୍ୟାନଚାନ୍ଦ୍ ପୁରସ୍କାର ।