ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ : ଆଜି ଆଉ ୨୧୪ ପଜିଟିଭ ଚିହ୍ନଟ ; କଟକରୁ ୨୦, ଖୋର୍ଦ୍ଧାରୁ ୩୩ ପଜିଟିଭ

436

କନକ ବ୍ୟୁରୋ : ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଆଜି ୨୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬, ବାଲେଶ୍ୱର ୧୧, ବରଗଡ ୧୩, ଭଦ୍ରକ ୪, ବଲାଙ୍ଗୀର ୨୦, ବୌଦ୍ଧ ୨, କଟକ ୨୦, ଢେଙ୍କାନାଳ ୧୦, ଗଞ୍ଜାମ ୪ ଚିହ୍ନଟ ।

ସେହିଭଳି ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡା ୩, କଳାହାଣ୍ଡି ୫, କନ୍ଧମାଳ ଜଣେ, କେନ୍ଦ୍ରାପଡା ଜଣେ, ଖୋର୍ଦ୍ଧା ୩୩, କୋରାପୁଟ ୧୦, ମୟୂରଭଞ୍ଜ ୯, ନବରଙ୍ଗପୁର ଜଣେ, ନୂଆପଡା ୨, ପୁରୀ ୫, ରାୟଗଡା ୩, ସମ୍ବଲପୁର ୧୦, ସୁନ୍ଦରଗଡ ୨୭ ଏବଂ ଷ୍ଟେଟ ପୋଲରୁ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୬ ହଜାର ୩୩୭ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧୧୫୧ ଆକ୍ରାନ୍ତ ।