ସ୍ଥିର ରହିଛି ଓଡ଼ିଶାର କରୋନା ସଂକ୍ରମଣ । ୫୮ ହଜାର ପରୀକ୍ଷା ପରେ ବି ୧୦ ହଜାର ସ୍ତରରେ ରହିଛି ସଂକ୍ରମଣ । ବିଶେଷଜ୍ଞ କହୁଛନ୍ତି ଓଡ଼ିଶାରେ ଚାଲିଛି ପ୍ଲାଟ୍ୟୁ ସ୍ଥିତି

281

କନକ ବ୍ୟୁରୋ: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଅନୁସାରେ, ବର୍ତମାନ ଏହା ପ୍ଲାଟ୍ୟୁ ବା ଏକପ୍ରକାର ସ୍ଥିର ହୋଇ ରହିଛି । କେତେବେଳେ ଏହା ବଢୁଥିବାବେଳେ କେତେବେଳ ଏହା କମିଯାଉଛି । ଯଦି ଏହି ଆକଳନକୁ ଠିକ ବୋଲି ଧରିନିଆଯାଏ ତାହାହେଲେ, ଆଗକୁ ଏହା ଧୀରେ ଧୀରେ କମିପାରେ ।

ତାରିଖ        ସଂକ୍ରମିତ     ଟେଷ୍ଟ
ମେ ୧୬ –  ୧୦୭୫୭-   ୫୮୪୩୬
ମେ ୧୫-   ୧୧୭୩୨-    ୫୬୮୪୨
ମେ ୧୪-    ୧୧୮୦୫-      ୫୬୬୦୨
ମେ ୧୩-    ୧୨୩୯୦-      ୫୬୨୧୪
ମେ ୧୨-     ୧୦୬୪୯-         ୫୧୪୫୧

ଗତ ୫ଦିନର ଓଡିଶାର ଏହି ସଂଖ୍ୟା କଣ ବୟାନ କରୁଛି ତାହା ଏକ ଗୁରୁତ୍ୱପ୍ରୂ୍ଣ୍ଣ କଥା । ପରୀକ୍ଷାର ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇଙ୍ଗିତ କରୁଛି କହିଲେ ଭୁଲ ହେବନାହିଁ । ଟେଷ୍ଟ ବଢିଛି ହେଲେ ସଂକ୍ରମିତଙ୍କ ସଂଖ୍ୟା ଢେଉ ଭଳି କେତେବେଳ ବଢିଯାଇଛି ପୁଣି କମିଯାଇଛି । ଅବଶ୍ୟ ଗତ ୩ ଦିନର ସଂଖ୍ୟାକୁ ଲକ୍ଷ୍ୟ କଲେ ଆପଣ ଦେଖିବେ ସଂକ୍ରମିତ ସଂଖ୍ୟା କମୁଛି ।

ଇଂରାଜୀରେ ଏହି ପାର୍ଟନକୁ ପ୍ଲାଟ୍ୟୁ ବୋଲି କୁହାଯାଏ । ଅର୍ଥାତ ସଂକ୍ରମଣ ଉପରକୁ ଯାଇ ଆଉ ଉପରକୁ ନ ବଢି ଏକପ୍ରକାର ସ୍ଥିର ହୋଇ ରହେ । କେତେବେଳେ ବଢିଯାଏ କେତେବେଳେ କମିଯାଏ । କରୋନାର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ଏହା ସଂକ୍ରମଣ ବଢାଇ ଏକ ସ୍ତରରେ ସ୍ଥିର ହୋଇଯାଏ ଓ ତା ପରେ କମିଯାଏ ।

ଯଦି ଓଡିଶାରେ ସଂକ୍ରମଣ ଏବେ ଶୀର୍ଷରେ ଅଛି ଏବଂ ପ୍ଲାଟ୍ୟୁରେ ଅଛି ,ତେବେ ଆଗକୁ ଧୀରେ ଧୀରେ ସଂକ୍ରମଣ କମିଯିବ । ଯଦି ଏହା ହୁଏ ତେବେ ଯାହା କ୍ଷତି ହୋଇଛି ତାହା ତ ଫେରିବ ନାହିଁ, କିନ୍ତୁ ଆଉ ଅନେକ କ୍ଷତିରୁ ଓଡିଶା ବଂଚିଯିବ ।