ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ତେଲଗୁ ଫିଲ୍ମ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ପରେ ଖୋଲୁଛି ଗୁମର ।

198

କନକ ବ୍ୟୁରୋ : ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ନିର୍ମାଣ ହେଉଥିଲା ତେଲୁଗୁ ଫିଲ୍ମ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ହେବା ପରେ ଏହି ଗୁମର ଖୋଲିଛି । ଲୋକଙ୍କଠାରୁ ଟଙ୍କା ଲୁଟିନେଇ ଏଥିରେ ଫିଲ୍ମ ନିର୍ମାଣ କରୁଥିଲେ ପୂର୍ବତନ ବିଧାୟକ । ଟଲିଉଡ଼ ଲିଙ୍କ ନେଇ ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କୁ ଇଓଡବ୍ଲୁ ଗିରଫ କରିବା ପରେ କ୍ରାଇମବ୍ରାଂଚ ଏଡିଜି ପ୍ରତିକ୍ରିୟା ରଖିଛନ୍ତି । ଆବଶ୍ୟକ ପଡିଲେ ରିମାଣ୍ଡରେ ନେଇ ମାମଲାର ମୂଳରେ ପହଞ୍ଚିବାକୁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରିବ ।

ଚିଟଫଣ୍ଡରେ ଓଡ଼ିଶାରୁ ଠକୁଥିଲେ ଟଙ୍କା । ଆନ୍ଧ୍ରରେ ବନାଉଥିଲେ ତେଲୁଗୁ ଫିଲ୍ମ । ମଲ୍ଲ ବିଜୟ ପ୍ରସାଦ ନିର୍ମାଣ କରିଥିବା ତେଲୁଗୁ ସିନେମା । ଟଙ୍କା ଠକି ଟଲିଉଡରେ ଆସ୍ଥାନ ଜମାଇଥିଲେ ଆନ୍ଧ୍ରର ଏହି ପୂର୍ବତନ ବିଧାୟକ । ଓଡ଼ିଶାରେ ଲୋକଙ୍କୁ ଭୂତାଇ କୋଟି କୋଟି ଟଙ୍କା ଠକି ନେଉଥିଲେ । ଆଉ ଠକେଇ ଅର୍ଥରେ ତେଲୁଗୁ ଫିଲ୍ମର ନିର୍ମାତା ସାଜିଥିଲେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ହେବା ପରେ ଏହି ଗୁମର ଖୋଲିଛି । ଟଲିଉଡ଼ ଲିଙ୍କ ନେଇ ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ ।

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ବେଶ ସକ୍ରିୟ ଥିଲା ଏମ.ଭି ପ୍ରସାଦଙ୍କ ୱେଲଫେୟାର ବିଲଣ୍ଡିଂ ଆଣ୍ଡ ଇଷ୍ଟେଟସ୍ ପ୍ରାଇଭେଟ ଲିମିଟେଡ । ନୟାଗଡ଼, କଟକର ନରସିଂହପୁର ଓ ଭୁବନେଶ୍ୱରରେ ବ୍ରାଂଚ ଖୋଲି ଲୁଟର ନକ୍ସା ପ୍ରସ୍ତୁତ କରିଥିଲେ ସେ । ଲୋକଙ୍କୁ ଲୋଭ ଦେଖାଉଥିଲେ ଯେ ୫ବର୍ଷରେ ଜମା ରାଶି ଦୁଇ ଗୁଣା ହେବ । ଏପରିକି ଭାଇଜାଗରେ ଜାଗା ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଥିଲା । ହେଲେ ନା ମିଳୁଥିଲା ଜମା ଅର୍ଥ, ନା ମିଳୁଥିଲା ପ୍ଳଟ । ବିଶେଷକରି ବ୍ରହ୍ମପୁର, ଜୟପୁର, ଭଦ୍ରକ, ସିମିଳିଗୁଡା, ବାଲେଶ୍ୱର ଆଦି ଅଞ୍ଚଳରୁ ବହୁ ଲୋକଙ୍କ କୋଟି କୋଟି ଟଙ୍କା ଠକି ନେଇଛନ୍ତି ।

୨୦୦୧ରେ ଏମଭି ପ୍ରସାଦ କମ୍ପାନୀ ଗଢ଼ି ଅଧିକ ସୁଧର ଲୋଭ ଦେଖାଇ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ପରେ ଆଉ ଫେରାଇ ନଥିଲା । ୨୦୦୯ରୁ ଓଡ଼ିଶାରେ ବ୍ରାଂଚ କରି ଲୋକଙ୍କୁ ଭୂତାଇବା ଆରମ୍ଭ କରିଥିଲା । ଏମଭି ପ୍ରସାଦ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି ପ୍ରାୟ ୧୫୦ ଜମାକାରୀ । ୨୦୧୯ରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ମାମଲାର ତଦନ୍ତ ଭାର ହାତକୁ ନେଇଥିଲା ।