ଚିଦାତ୍ମିକା ଖଟୁଆଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପଜିଟିଭ ଚେଞ୍ଜ ମେକର ତାଲିକାରେ ମିଳିଲା ସ୍ଥାନ ।

Advertisment
ଚିଦାତ୍ମିକା ଖଟୁଆଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପଜିଟିଭ ଚେଞ୍ଜ ମେକର ତାଲିକାରେ ମିଳିଲା ସ୍ଥାନ ।

କନକ ବ୍ୟୁରୋ: ପଜିଟିଭ ଚେଞ୍ଜ ମେକର ତାଲିକାରେ ଓଡିଶାର ଚିଦାତ୍ମିକା ଖଟୁଆ ପାଇଛନ୍ତି ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପ୍ରଥମ ଥର ପାଇଁ ଗିନିଜ ବୁକ ପକ୍ଷରୁ ଏହି ଚାପ୍ଟର ଆରମ୍ଭ ହୋଇଥିବା ବେଳେ ସମଗ୍ର ବିଶ୍ୱରୁ ୧୦୦୦ ରୁ ଉର୍ଦ୍ଧ୍ୱ ଲୋକେ ଏହି ବିଭାଗ ପାଇଁ ଆବେଦନ କରିଥିବା ବେଳେ ମାତ୍ର ୨୩ ଜଣଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ପଜିଟିଭ ଚେଞ୍ଜ ମେକରରେ ସ୍ଥାନ ମିଳିଛି । ଆଉ ଏହି ୨୩ ଜଣ ଙ୍କ ଭିତରେ ଚିଦାତ୍ମିକା ଖଟୁଆ ସ୍ଥାନ ପାଇଛନ୍ତି । ଏହା ଓଡିଶା ପାଇଁ ଗର୍ବ । ତେବେ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଡିସେମ୍ବର ୩ ତାରିଖରେ ଲଣ୍ଡନର ଲର୍ଡସ୍ କ୍ରିକେଟ ଗ୍ରାଉଣ୍ଡରେ ତାଙ୍କୁ ଗିନିଜ ବୁକ ଅଫ ରେକର୍ଡ ପ୍ରଦାନ କରାଯାଇଛି । ଆଗକୁ ସମାଜରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଆହୁରି ପ୍ରୟାସ କରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe