କ୍ରିକେଟ୍ ମୈଦାନରେ ଓଡିଆ ଅମ୍ପେୟାରଙ୍କ ଷ୍ଟାଇଲିଷ୍ଟ ଅନ୍ଦାଜ୍...ଖେଳାଳୀଙ୍କ ଚୌକା, ଛକା ଏବଂ ଆଉଟ୍ ନିଷ୍ପତିକୁ ଅତି ମଜାଳିଆ ଢଙ୍ଗରେ କରୁଛନ୍ତି ଉପସ୍ଥାପନ...ନ୍ୟୁଜଲାଣ୍ଡର ପୂର୍ବତନ ଅମ୍ପେୟାରଙ୍କୁ ନକଲ କରି ଚର୍ଚ୍ଚାରେ ସତ୍ୟବ୍ରତ

କ୍ରିକେଟ୍ ମୈଦାନରେ ଓଡିଆ ଅମ୍ପେୟାରଙ୍କ ଷ୍ଟାଇଲିଷ୍ଟ ଅନ୍ଦାଜ୍...ଖେଳାଳୀଙ୍କ ଚୌକା, ଛକା ଏବଂ ଆଉଟ୍ ନିଷ୍ପତିକୁ ଅତି ମଜାଳିଆ ଢଙ୍ଗରେ କରୁଛନ୍ତି ଉପସ୍ଥାପନ...ନ୍ୟୁଜଲାଣ୍ଡର ପୂର୍ବତନ ଅମ୍ପେୟାରଙ୍କୁ ନକଲ କରି ଚର୍ଚ୍ଚାରେ ସତ୍ୟବ୍ରତ

କନକ ବ୍ୟୁରୋ: କ୍ରିକେଟ୍ ଜଗତର ଅମ୍ପେୟାରମାନଙ୍କ ମଧ୍ୟରେ ସବୁଠାରୁ ଷ୍ଟାଇଲିଷ୍ଟ ଅମ୍ପେୟାର କହିଲେ ନ୍ୟୁଜଲାଣ୍ଡର ବିଲ୍ଲୀ ବାଡେନଙ୍କୁ ହିଁ ବୁଝାଏ । କାହିଁକି ନା ମୈଦାନରେ ତାଙ୍କର ନିଷ୍ପତି ନେବାର ଶୈଳୀ ରହିଛି ବାକି ଅମ୍ପେୟାରଙ୍କଠାରୁ ପୂରା ଅଲଗା । କ୍ରିକେଟ ପଡିଆରେ ଥିବା ବେଳେ ବିଲ୍ଲୀ ଖେଳାଳୀଙ୍କ ଚଉକା, ଛକା, ଆଉଟ ଏବଂ ଅନ୍ୟାନ୍ୟ ନିଷ୍ପତି ଅତ୍ୟନ୍ତ କୌତୁକିଆ ଢଙ୍ଗରେ ନିଅନ୍ତି । ଯାହାର ଭରପୂର ମଜା ଉଠାଇଥାନ୍ତି ଉଭୟ ଟିଭି ସ୍କ୍ରିନରେ ଆଉ ପଡିଆରେ ବସି ଖେଳ ଦେଖୁଥିବା ଦର୍ଶକମାନେ । ଆଉ ବିଲ୍ଲୀ ବାଡେନଙ୍କୁ ନକଲ କରି ପୂରାପୂରି ଅବିଳକ ଢଙ୍ଗରେ କ୍ରିକେଟ୍ ପଡିଆରେ ଫୁଲ୍ ମନୋରଂଜନର ଖୋରାକ ଯୋଗାଉଛନ୍ତି କଟକର ସତ୍ୟବ୍ରତ ମିଶ୍ର ।

publive-image

ପେଶାରେ ସେ ଜଣେ ଓକିଲ ହେଲେ ନିଶା ତାଙ୍କର କ୍ରିକେଟ୍ ପଡିଆରେ ଅମ୍ପେୟାରିଂ କରିବା । ତେବେ ବର୍ତ୍ତମାନ ସେ ଓଡିଶା କ୍ରିକେଟ୍ ଆସୋସିଏସନ ଅମ୍ପେୟାର ପ୍ୟାନେଲରେ ଅଛନ୍ତି । ରାଜ୍ୟ କ୍ରିକେଟ୍ ଜଗତରେ ସତ୍ୟବ୍ରତଙ୍କ କ୍ରେଜ୍ ଏଭଳି ଯେ ଓଡିଶାର ଯେଉଁଠି ବି କ୍ରିକେଟ୍ ପ୍ରତିଯୋଗୀତା ଆୟୋଜନ କରାଯାଏ ସେଠାରେ ପ୍ରଥମେ ସତ୍ୟବ୍ରତଙ୍କୁ ହିଁ ଖୋଜାଯାଏ ।

publive-image

ନିକଟରେ ଅସ୍ତରଙ୍ଗରେ ଆୟୋଜିତ ହୋଇଥିବା ଏକ ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚରେ ବି ଅମ୍ପେୟାରିଂ କରି ଦର୍ଶକଙ୍କୁ ଭରପୁର ମନୋରଂଜନ କରିଛନ୍ତି ସତ୍ୟବ୍ରତ । ଏପରିକି ଖୋଦ୍ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ମଧ୍ୟ ଏହି କ୍ରିକେଟ୍ ପ୍ରତିଯୋଗୀତା ଦେଖୁଥିବା ବେଳେ ସତ୍ୟବ୍ରତଙ୍କ ଅମ୍ପେୟାରିଂକୁ ଦେଖି ଖୁସି ଜାହିର କରିଛନ୍ତି । ସତ୍ୟବ୍ରତ କ୍ରିକେଟ୍ ପଡିଆରେ ପ୍ରଖ୍ୟାତ ଅମ୍ପେୟାର ବିଲ୍ଲୀ ବାଡେନଙ୍କ ଷ୍ଟାଇଲରେ ଚଉକା ଛକା ଏବଂ ଆଉଟ୍ ସହ ଅନ୍ୟାନ୍ୟ ନିଷ୍ପତିକୁ ଅତି କଉତିକିଆ ଢଙ୍ଗରେ ଖେଳକୁ ପରିଚାଳନା କରିଛନ୍ତି । ଯାହାକୁ ଖେଳାଳୀଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ସହ କ୍ରୀଡା ମନ୍ତ୍ରୀ ମଧ୍ୟ ପ୍ରଂଶସା ନକରି ରହିବପାରିନାହାନ୍ତି । ତେବେ କେବଳ ଦର୍ଶକଙ୍କ ମନୋରଂଜନ ପାଇଁ ଏଭଳି କରନ୍ତି ବୋଲି କହିଛନ୍ତି ସତ୍ୟବ୍ରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe