କନକ ବ୍ୟୁରୋ : କିଟ୍ କ୍ୱିଜାର୍ଡ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଅନୁଷ୍ଠାନ ହ୍ୱାଇଟ କାନଭାସ ସହ ଡମ୍ବୁର ଆପ୍ସ ଓ ଫାର୍ମ ବି ର ମିଳିତ ଆନୁକୂଲ୍ୟରେ ସର୍ବ ବୃହତ୍ତ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତାର ୬ଷ୍ଠ ସଂସ୍କରଣ ସାଇନାପ୍ସ -୨୦୨୨ କଟକର ସହିଦଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାକୁ ରୁଚି ପୁଡଲାଇନର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ଏବଂ ବିଶିଷ୍ଠ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ ।

Advertisment

କାର୍ଯ୍ୟକ୍ରମ ଆରମ୍ଭରେ ଡମ୍ବୁରର ପ୍ରତିଷ୍ଠାତା ସମ୍ୟକ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହାପରେ ଟିମ୍ କ୍ୱିଜାର୍ଡର କୁଇଜମାଷ୍ଟର ପ୍ରିତୀମାନ ମିଶ୍ର, ଅୟାଂଶୁ ଦେବବ୍ରତ ଓ ମହେଶ୍ୱତା ମିଶ୍ର କୁଇଜର ନିୟମାବଳୀ ବାବଦରେ ସୂଚନା ପ୍ରଦାନ କରିଥିଲେ । ଇଂଗ୍ରାଜୀ ମିଡିୟମ କୁଇଜରେ ୮୦ ଟି ବିଦ୍ୟାଳୟର ୬୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୬ ଜଣ ଛାତ୍ର ଛାତ୍ରୀ ଫାଇନାଲ ପର୍ଯ୍ୟାୟରେ ପହଂଚିଥିଲେ । ଫାଇନାଲରେ କିଟ ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସର୍ବାଧିକ ନମ୍ବର ରଖି ସାଇନାପ୍ସ-୨୦୨୨ ର ବିଜେତା ହୋଇଥିଲେ ।

ସେହିପରି ଅପରାହ୍ନରେ ୩୦ ରୁ ଉର୍ଦ୍ଧ ବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀ ଓଡିଆ କୁଇଜରେ ଭାଗ ନେଇଥିଲେ । ଏଥିମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ଫାଇନାଲରେ ପ୍ରବେଶ କରିଥିଲେ । ଏଥିରେ ରେଭେନ୍ସା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଜୟୀ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅଗ୍ନିଶମ ବିଭାଗର ଡିଜି ଏମ୍ ଅକ୍ଷୟ ଯୋଗଦେବା ସହ ସମ୍ମାନୀୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଂପାଦକ ପ୍ରବୋଧ ରାଉତ, ସେଣ୍ଟ ଜାଭିୟର୍ସ ଗ୍ରୁପର ଅଧ୍ୟକ୍ଷ ଜି.ଏସ୍ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଭୂଚରଣ ମହାନ୍ତି, ରୁଚି ଫୁଡଲାଇନର ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ସାହୁ ଓ ରଶ୍ମୀ ସାହୁ ପ୍ରମୁଖ ଯୋଗ ଦେବା ସହ ରେଡିଓ ଚକୋଲେଟ-ସମ୍ବାଦ ଡିଜିଟାଲର ମୁଖ୍ୟ ଲିଙ୍ଗରାଜ ଲେଙ୍କା ଯୋଗ ଦେଇଥିଲେ ।