ଓଡ଼ିଶାର ବଡ଼ ପରିବାର । ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ, ହଣ୍ଡାରେ ରୋଷେଇ କରି ଏକାଠି ଖାଆନ୍ତି

12,824

କନକ ବ୍ୟୁରୋ: ଆଧୁନିକ ସମାଜରେ ଯେଉଁଠି ଗୋଟିଏ ଘରେ  ଦୁଇଭାଇ  କି ବାପ-ପୁଅ ଏକାଠି ରହିପାରୁନାହାନ୍ତି ସେହି ସମୟରେ ଏମିତି ଏକ ପରିବାର ସାମ୍ନାକୁ ଆସିଛନ୍ତି ଯାହା ଏବେ ଚର୍ଚ୍ଚାରେ । କାରଣ ରାଜ୍ୟର ବଡ଼ ପରିବାର ଭାବେ ଏବେ ଜଣାଶୁଣା ଏହି ପରିବାର । ଆଉ ଏହି ପରିବାର ଆଧୁନିକ ଯୁଗର ପରିବାର ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଗୋଟିଏ ଛାତ ତଳେ ୧୦ କି ନୁହେଁ କି ୧୫ ନୁହେଁ ଏକାଠି ରହୁଛନ୍ତି ୧୨୩ ଜଣ ସଦସ୍ୟ । ଖୋର୍ଦ୍ଧା ଗୟାବନ୍ଧ ଗାଁର ସମାଜସେବୀ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପରିବାରର ଲୋକ ହେଉଛନ୍ତି ମୋଟ ୧୨୩ ଜଣ । ଆଜିକାଲିର ଯୁଗରେ ଏହି ଯୌଥ ପରିବାରକୁ ନେଇ ଚାରିଆଡେ ଚର୍ଚ୍ଚା । ରାଜ୍ୟର ସବୁଠାରୁ ବଡ ପରିବାର ପରିଚୟ ପାଇଛି ଶ୍ରୀଚନ୍ଦନ ପରିବାର  ।  ସକାଳୁ ଚୁଲି ଜଳିଲେ  ରାତି ଯାଏଁ ଚାଲିଥାଏ ରୋଷେଇ । ଆଉ ସତେ ଯେମିତି ଭୋଜିଭାତ ଭଳି ଆସର ଜମିଥିବା ଦେଖିବାକୁ ମିଳିଥାଏ ।

ଅନ୍ୟପଟେ ଶ୍ରୀଚନ୍ଦନ ପରିବାର ଆଧୁନିକ ଯୁଗର ସମସ୍ତ ପରିବାର ପାଇଁ ଉଦାହରଣ ପାଲଟିଛନ୍ତି । ସ୍ୱାର୍ଥପର ଦୁନିଆରେ କିଭଳି ଏକତା ବଜାୟ ରହି ହେବ ସେନେଇ ସମାଜକୁ ବାର୍ତ୍ତା ଦେଇଛନ୍ତି ଶ୍ରୀଚନ୍ଦନ ପରିବାର । ସବୁଠାରୁ ବଡ଼ କଥା ହେଲା କି , ଏତେ ବଡ଼ ପରିବାର ବା ଅଧିକ ସଂଖ୍ୟକ ସଦସ୍ୟଙ୍କୁ ନେଇ ଚଳିବା ହୁଏତ ମୁସକିଲ୍ ହୋଇପାରେ କିନ୍ତୁ ଶ୍ରୀଚନ୍ଦନ ପରିବାରରେ ୧୨୩ ଜଣ ନିଆରା ପରିଚୟ ସୃଷ୍ଟି କରିଛନ୍ତି ।