କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଓଡିଆ ଡାକ୍ତରଙ୍କୁ ମିଳିଥିଲା ଗୁରୁଦାୟିତ୍ୱ । ଅଲିମ୍ପିକ୍ସ ପାଇଁ ଭାରତୀୟ ସେନାର ବ୍ରିଗେଡିୟର ଡାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ଇଂଟରନ୍ୟାସନାଲ ହକି ଫେଡେରେସନ୍, ମେଡିକାଲ ଅଫିସର ଭାବେ ନିଯୁକ୍ତି ଦେଇଥିଲା । ଏଭଳି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ପୂର୍ବରୁ ହକି ବିଶ୍ୱକପ ସହ ଅନେକ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ସଫଳତାର ସହ ଦାୟିତ୍ୱ ତୁଳାଇଛନ୍ତି ।
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ୱକପରେ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଏପରି ନିଯୁକ୍ତି ପାଇବାରେ ମଧ୍ୟ ସେ ଥିଲେ ପ୍ରଥମ ଭାରତୀୟ । ଅଲିମ୍ପିକ୍ସ ଶେଷ ହେବା ପରେ ଏଫଆଇଏଚ ପୁଣି ଥରେ ଡାକ୍ତର ବିଭୁ କଲ୍ୟାଣଙ୍କୁ ଆଉ ଏକ ବଡ ଦାୟିତ୍ୱ ପ୍ରଦାନ କରିଛି । ୪ ଅଗଷ୍ଟ ଟୋକିଓରେ ଏଫଆଇଏଚର ପରିଚାଳନା ବୈଠକ ହୋଇଥିଲା । ଏହି ବୈଠକରେ ବିଭୁ କଲ୍ୟାଣଙ୍କୁ ସ୍ୱାସ୍ଥ୍ୟ ଓ ସୁରକ୍ଷା କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ଏଫଆଇଏଚ । ଏହି ପଦବୀରେ ସେ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିବେ ।