ନିରାଶ କଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ : ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ

630

କନକ ବ୍ୟୁରୋ : ଟୋକିଓ ଟ୍ରାକରେ ଦୌଡିଲେ ଦୂତି ଚାନ୍ଦ । ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଆଥଲେଟ୍ । ଟୋକିଓ ଅଲିମ୍ପିକ୍ସର ୧୦୦ ମିଟର ହିଟ୍ସରେ ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଥିଲେ ଦୂତି ଚାନ୍ଦ । ଟୋକିଓରେ ଚମକିବା ପାଇଁ ଜୋରଦାର ଅଭ୍ୟାସ କରିଥିଲେ ଦୂତି ଚାନ୍ଦ । ଜିମରେ ଝାଳ ବୁହା ଅଭ୍ୟାସ କରିବା ସହ ଟ୍ରାକରେ ମଧ୍ୟ ପ୍ରାକ୍ଟିସ୍ କରିଥିଲେ । ହେଲେ ଅଳ୍ପ କେଇ ସେକେଣ୍ଡ ପାଇଁ ପଛରେ ରହିଯାଇଥିଲେ ଦୂତି ଚାନ୍ଦ ।

ପରବର୍ତ୍ତୀ ହିଟ୍ସକୁ ଉନ୍ନିତ ହୋଇଛନ୍ତି ହିଟ୍ସର ଟପ୍ ୩ ଖେଳାଳି । ପ୍ରଥମ ସ୍ଥାନରେ ରହିଛନ୍ତି, ଜାମାଇକାର ଫ୍ରାସର ପ୍ରାଇସି । ସେ ୧୦.୮୪ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ଦ୍ୱିତୀୟରେ ସୁଇଜରଲାଣ୍ଡ ଓ ତୃତୀୟରେ ରହିଥିଲେ ନାଇଜେରିଆର ଖେଳାଳି ରହିଥିଲେ । ରିଓ ଅଲିମ୍ପିକ୍ସ ଅପେକ୍ଷା ଟୋକିଓରେ ଦୂତି ଚାନ୍ଦଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି । ୨୦୧୬ ରିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦ ୧୧.୬୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ଟୋକିଓରେ ଦୂତି ଚାନ୍ଦ ୧୦୦ ମିଟର ସହ ୨୦୦ ମିଟରରେ ମଧ୍ୟ ଭାଗ ନେଇଛନ୍ତି ।