ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତି: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ; ୧୦ଟି କଲେଜର ହେବ ସ୍ୱୀକୃତି ପ୍ରତ୍ୟାହାର

ଗତ ୩ ବର୍ଷ ହେଲା ଅନୁମୋଦିତ ସିଟ୍ ଠାରୁ ହୋଇଛି ୨୫ ପ୍ରତିଶତ କମ୍ ନାମଲେଖା

1,763

କନକ ବ୍ୟୁରୋ: ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୧୦ଟି କଲେଜର ସ୍ୱୀକୃତି ପ୍ରତ୍ୟାହାର ହେବ । ଏଥିସହ ୩ଟି କଲେଜକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତି ନେଇଛି । ଏହି ସମସ୍ତ କଲେଜର ନାମଲେଖା ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩ଟି ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି ।

୧୩ଟି ମହାବିଦ୍ୟାଳୟ ମଧ୍ୟରୁ ଭୁବନେଶ୍ୱର ଆଂଚଳକି ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ୭ଟି ସମ୍ବଲପୁର ଅଧୀନରେ ୪ଟି ଓ ବାଲେଶ୍ୱର ଅଧୀନରେ ୨ଟି କଲେଜ ରହିଛି । ଓଡିଶା ଶିକ୍ଷା ଆଇନ୍ ୧୯୬୯ର ସେକ୍ସନ ୧୧ ଅନୁଯାୟୀ ଏହି କଲେଜ ଗୁଡିକରେ ଗତ ୩ ବର୍ଷ ହେଲା ଅନୁମୋଦିତ ସିଟ୍ଠାରୁ ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ନାମଲେଖାଇବା ସହ ପାଠ ପଢୁଛନ୍ତି । ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ନିଷ୍ପତି ମୁତାବକ ଏହି ଶିକ୍ଷାନୁଷ୍ଠାନର ସ୍ୱୀକୃତି ପ୍ରତ୍ୟାହାର ହେବ ।

ସେପଟେ, ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉନ୍ନତି କରାଯିବ । ପ୍ରଥମ ତର ପାଇଁ ରାଜ୍ୟରେ ଯୁକ୍ତ ତିନି ଓ ପିଜି ସିଲାବସରେ ୨୫ ପ୍ରତିଶତ କୋର୍ସ ଗାଇଡେଡ ସେଲ୍ପ ଷ୍ଟଡି ଦ୍ୱାରା କଭର କରାଯିବ । ଗତକାଲି ଲୋକସଭା ଭବନରେ ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ସଂପର୍କରେ ନିଷ୍ପତି ଗ୍ରହଣ କରିବା ନିମନ୍ତେ ରାଜ୍ୟରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରାଯାଇ ଏହି ନିଷ୍ପତି ନିଆଯାଇଛି ।