ଓଡିଶାର ୧୦ ସ୍ୱାଧୀନତା ସଂଗ୍ରାମୀ ହେବେ ସମ୍ମାନିତ । ଅଗଷ୍ଟ ୯ରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କରୋନା କଟକଣା ପାଇଁ ସଂଗ୍ରାମୀ ଯିବେନି ରାଷ୍ଟ୍ରପତି ଭବନ

873

କନକ ବ୍ୟୁରୋ: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ ସମ୍ମାନିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଅଗଷ୍ଟ ୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବେ । ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ କାୟା ବିସ୍ତାର କରିଥିବାରୁ ସ୍ୱାଧୀନତା ସଂଗ୍ରାମୀମାନେ ସମ୍ମାନ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭବନକୁ ଯିବେ ନାହିଁ । ତେଣୁ ସେମାନଙ୍କୁ ନିଜ ଜିଲ୍ଲାର ଜିଲ୍ଲାପାଳମାନେ ସଂଗ୍ରାମୀଙ୍କ ଘରକୁ ଯାଇ ସମ୍ମାନିତ କରିବେ ।
ନିମ୍ନ ଲିଖିତ ସ୍ୱାଧୀନତା ସଂଗ୍ରାମୀମାନେ ସମ୍ମାନିତ ହେବେ

-ନୀଳମଣି ସାମଲ: ଗ୍ରାମ- ବାଲିପଡ଼ିଆ, ବ୍ଲକ-ବଡ଼ଚଣା, ଯାଜପୁର
-ରାମହରି ଗୋସ୍ୱାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀ, ଗ୍ରାମ-ସୂର୍ୟ୍ୟପୁର, ବ୍ଲକ-ଧୂଷୁରୀ, ଜିଲ୍ଲା-ଭଦ୍ରକ
-ବ୍ରଜକିଶୋର ରାଉତ, ଗ୍ରାମ-କମାରବନ୍ଧ, ବ୍ଲକ-ଧାମନଗର, ଜିଲ୍ଲା-ଭଦ୍ରକ
-କିଶୋର ବିଶୋୟୀ, ଗ୍ରାମ-ମଝିଖଣ୍ଡ, ବ୍ଲକ-ରଣପୁର, ଜିଲ୍ଲା-ନୟାଗଡ଼
-ବିଶ୍ୱନାଥ ଦାଶ, ଗ୍ରାମ-ଭଗବାନସିନ୍ଧୋଳ, ବ୍ଲକ-ବାଲିକୁଦା, ଜିଲ୍ଲା-ଜଗତସିଂହପୁର
-ଦେବାନନ୍ଦ ଗୁପ୍ତା, ଗ୍ରାମ-କଲମୀ (ମୁରା) ଜିଲ୍ଲା-ସମ୍ବଲପୁର
-ସହଦେବ ବେହେରା, କଣ୍ଟିଲୋ, ଜିଲ୍ଲା-ନୟାଗଡ଼
-ମକରଧ୍ୱଜ ଦାସ, ଗ୍ରାମ-ହାଟବାଣପୁର, ଜିଲ୍ଲା-କେନ୍ଦ୍ରାପଡ଼ା
-ଦଧିଚି ସାହୁ, ଗ୍ରାମ-କାଇପଡ଼ା, ଜିଲ୍ଲା-ଯାଜପୁର