ନିଶା ବେପାରୀ ଅନିଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ଏସଟିଏଫ, ତଥ୍ୟ ଦେଲେ ମିଳିବ ପୁରସ୍କାର

ଦୀର୍ଘ ଦିନ ଧରି ଏସଟିଏଫକୁ ଚକମା ଦେଇ ଫେରାର ଅଛି ଅନିଲ

82

କନକ ବ୍ୟୁରୋ : ନିଶା ବେପାରୀ ଅନିଲ ପାଣ୍ଡିକୁ ମୋଷ୍ଟ ୱାଂଟେଡ ଘୋଷଣା କଲା ଏସଟିଏଫ୍ । ଅନିଲ ସଂପର୍କରେ ସୂଚନା ଦେଲେ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ଏଥିପାଇଁ ଏକ ମୋବାଇଲ ନମ୍ବର ମଧ୍ୟ ଜାରି ହୋଇଛି । ଅନିଲ ସଂପର୍କରେ ଖବର ଦେଉଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି । ଅନିଲର ଘର ଗଂଜାମ ଜିଲ୍ଲା ଜଗନ୍ନାଥପୁର କୋଦଳା ଥାନା ଛାଚିନା ଗାଁରେ । ଦୀର୍ଘ ଦିନ ଧରି ସେ ଏସଟିଏଫକୁ ଚକମା ଦେଇ ଫେରାର ଅଛି । ଏସଟିଏଫ୍ ତାକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଧରାପଡ଼ିନାହିଁ ।