କନକ ବ୍ୟୁରୋ : ୨୦୨୨ ପଞ୍ଚାୟତ ଲଢେଇର ସବୁଠୁ ବଡ କସରତ । ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଆରମ୍ଭ । ସମସ୍ତ ବ୍ଲକ ହେଡ୍ କ୍ୱାର୍ଟରରେ ଗଣତି ଆରମ୍ଭ । ପ୍ରଥମେ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭୋଟ୍ ଗଣନା ।

Advertisment

ପରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭୋଟ୍ ଗଣନା । ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ୍ ଗଣନା । ପ୍ରତି ପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ନିୟୋଜିତ । ୨ଜଣ କାଉଣ୍ଟିଂ ଅଫିସର, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ପ୍ରତି ପ୍ରାର୍ଥୀଙ୍କ ପାଇଁ ଜଣଏ ଲେଖାଏଁ ଏଜେଣ୍ଟ ଉପସ୍ଥିତ ।

ଗାଁ ରାଜନୀତିର ପ୍ରଭାବ ଆଶଙ୍କାରେ ବଡ ନେତାଙ୍କ ଛାଡି ଧଡଧଡ । ପଞ୍ଚାୟତ ଫଳାଫଳ ନିର୍ଦ୍ଧାରଣ କରିବ ବଡ ନେତାଙ୍କ ଭାଗ୍ୟ । ପଞ୍ଚାୟତ ଫଳାଫଳ ନିର୍ଦ୍ଧାରଣ କରିବ ବଡ ନେତାଙ୍କ ଭାଗ୍ୟ । କେଉଁଠି ବାଜିବ ଶଙ୍ଖ, କେଉଁଠି ଫୁଟିବ ପଦ୍ମ, କେଉଁଠି ଉଠିବ ହାତ ?