କନକ ବ୍ୟୁରୋ: ଯୁବପିଢ଼ୀଙ୍କୁ ପାଗଳ କରିଦେଇଛି ମୋବାଇଲ୍ ଗେମ୍। ପିୟୁବିଜି(ପବ୍ଜୀ), ଫ୍ରିଫାୟର, କ୍ୟାଣ୍ତିକ୍ରସ, କାଉଣ୍ଟର ଷ୍ଟ୍ରାଇକ, କଲ୍ଅଫ୍ ଡ୍ୟୁଟି, ସିଓସି ଇତ୍ୟାଦି ଖେଳ ଓ ଟେମ୍ପୁଲ ରନ୍ ଇତ୍ୟାଦି ମୋବାଇଲ୍ରେ ଖେଳିବା ଓ ଏହାକୁ ଧରି ପ୍ରତିଦିନ ଘଣ୍ଟାଘଣ୍ଟା ବ୍ୟର୍ଥରେ ବିତାଇବା ନିତିଦିନିଆରେ ପରିଣତ ହୋଇଯାଇଛି। କିଛିମାସ ତଳେ କେନ୍ଦ୍ର ସରକାର ଚୀନ୍ର ମୋବାଇଲ ଆପ୍ ଗୁଡିକୁ ବାରଣକରିବା ପରେ ଏହାର ସମାନ୍ତରାଳ ମୋବାଇଲ୍ ଆପ୍ ବର୍ତ୍ତମାନ ମାଗଣାରେ ଡାଉନ୍ଲୋଡ ହେଉଛି। କିନ୍ତୁ ଟଙ୍କାଦେଇ ଟପ୍ଅପ୍ କରିବା, ମୋବାଇଲ୍ ପ୍ରିମିୟର ଲିଗରେ ଅ˚ଶଗ୍ରହଣ କରିବା, ବିଭିନ୍ନ ଗ୍ରୁପ ସହ ଟଙ୍କା ବେଟିଂ ଲଗାଇ ଖେଳିବା ଇତ୍ୟାଦି ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ଅଧିକ ଚିନ୍ତାରେ ଫସିଯାଇଛନ୍ତି ଅଭିଭାବକ। ପାରଳା ସହରରେ ଏବ˚ ଗ୍ରାମାଞ୍ଚାଳରେ ଏଭଳି ବହୁଯୁବକ ଗେମି˚ ବେଟ୍ କରି ସାଇବର ଠକାମିରେ ଫସିଯାଇଛନ୍ତି।
ଯୁବପିଢ଼ୀଙ୍କ ପାଇଁ କାଳ ସାଜୁଛି ମୋବାଇଲ ଗେମ୍...ଅଭିଭାବକଙ୍କ ଆକାଉଣ୍ଟ୍ରୁ ଚାଲିଗଲା ୪୦ ହଜାର
Advertisment
ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ୧୦ବର୍ଷର ପୁଅ ମୋବାଇଲ ଗେମ୍ ଖେଳିବା ନାମରେ ତାଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠିଥିବା ଘଟଣା ଜାଣିବା ପରେ ପିତାମାତା ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ। ଅନୁସନ୍ଧାନ ବେଳେ ଜଣାପଡିଥିଲା କି ଜଣେ କଲେଜ ଯୁବକ ଏହି ୧୦ବର୍ଷ ବାଳକକୁ ଗେମ୍ ଖେଳିବା ନାମରେ ଜମାଖାତାରୁ ୪୦,ହଜାର ଟଙ୍କା ଉଠାଇନେଇଛି। ଏହା ପୂର୍ବରୁ ଆଉ ଜଣେ ବ୍ୟବସାୟୀଙ୍କ ୧୭ ବର୍ଷର ପୁଅ ଗେମରେ ବେଟି˚ କରି ପ୍ରାୟ ୩ଲକ୍ଷ ଟଙ୍କା ହାରିଯିବା ପରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ତେବେ ବାପା ଓ ମା’ଙ୍କର କିଛି ଦୁର୍ବଳତା ଯୋଗୁଁ ଓ ସାମାଜିକ ଲଜ୍ଜାକୁ ଭୟ କରି ଥାନାରେ ଏତଲା ଦେବା ପାଇଁ କେହି ହେଲେ ସାହାସ କରୁନାହାନ୍ତି। ସାଇବର କ୍ରାଇମ ରୋକିବାକୁ ହେଲେ ପୁଲିସ ନିକଟରେ ସମସ୍ତ ତଥ୍ୟ ଦେବାକୁ ପଡିବ। ଅନେକ ଘଟଣାରେ ପରିବାରର ଚାପରେ ମୋବାଇଲ ଗେମ୍ଜନିତ ଅଘଟଣା ଗୁଡିକ ଲୋକ ଆଲୋଚନାକୁ ଆସିପାରୁନାହିଁ।
Follow Us