‘କରୋନା’ ସତର୍କତା ପାଇଁ ସାମାଜିକ ଦୂରତା ଗାଇଡଲାଇନ: ବୟସ୍କ ଉପଭୋକ୍ତାଙ୍କ ଘରେ ପହଞ୍ଚାଯିବ ପିଡିଏସ ସାମଗ୍ରୀ; ବ୍ୟାଙ୍କ, ଏଟିଏମ, ପୋଷ୍ଟ ଅଫିସରେ ରହିବ ସାନିଟାଇଜର

Advertisment
‘କରୋନା’ ସତର୍କତା ପାଇଁ ସାମାଜିକ ଦୂରତା ଗାଇଡଲାଇନ: ବୟସ୍କ ଉପଭୋକ୍ତାଙ୍କ ଘରେ ପହଞ୍ଚାଯିବ ପିଡିଏସ ସାମଗ୍ରୀ; ବ୍ୟାଙ୍କ, ଏଟିଏମ, ପୋଷ୍ଟ ଅଫିସରେ ରହିବ ସାନିଟାଇଜର

କନକ ବ୍ୟୁରୋ: କୋଭିଡ-୧୯ ସତର୍କତା ପାଇଁ ଜାରି ହେଲା ସାମାଜିକ ଦୂରତା ଗାଇଡଲାଇନ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି  ଜୋରଦାର୍ ପ୍ରସ୍ତୁତି । ଆଜି ଏନେଇ ରାଜ୍ୟବ୍ୟାପୀ ଜାରି ହୋଇଛି ସାମାଜିକ ଦୂରତା ଗାଇଡଲାଇନ । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନହାଟ ଓ ସୁପର ମାର୍କେଟ ବନ୍ଦ ହେବନି। କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି ।

• ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଂଟିନରେ ହାତ ଧୋଇବା ବାଧ୍ୟ

• ବୟସ୍କ ଉପଭୋକ୍ତାଙ୍କ ଘରେ ପହଂଚାଯିବ ପିଡିଏସ ସାମଗ୍ରୀ

• ବସ୍, ଟାକ୍ସି, ଅଟୋର ସିଟ୍ ଏବଂ ସାଇଡବାରକୁ ବାରମ୍ବାର ସଫାକରିବାକୁ ନିର୍ଦ୍ଦେଶ

• ବସରେ ଯାତ୍ରୀଙ୍କ ମଧ୍ୟରେ ୧ ମିଟର ଦୂରତା ରଖିବେ

• ବ୍ୟାଙ୍କ , ଏଟିଏମ ପୋଷ୍ଟ ଅଫିସରେ ସାନିଟାଇଜର ରହିବ

• ଧାର୍ମିକ ସ୍ଥଳରେ ପରସ୍ପର ଭିତରେ ୧ ମିଟର ଦୂରତା ରଖିବେ ଶ୍ରଦ୍ଧାଳୁ

ଏତଦ୍ ବ୍ୟତୀତ ବିଭିନ୍ନ  ସଂସ୍ଥାରେ କରୋନା ପ୍ରତିରୋଧ ନିୟମର କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯାଇଛି। ସେମାନେ ନିଜ ସଂସ୍ଥାର କର୍ମଚାରୀ ମାନଙ୍କର ଥଣ୍ଡା ଅସୁସ୍ଥତା ଭଳି ଲକ୍ଷଣ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ, ସମସ୍ତ କର୍ମଚାରୀଙ୍କୁ ହାତ ପରିଷ୍କାର କରିବାର ଉପକରଣ ଯୋଗାଇଦେବେ ଏବଂ ବାହାର ରାଜ୍ୟ ଏବଂ ଦେଶର ଗ୍ରାହକ ମାନଙ୍କୁ ବର୍ତମାନ ପରିପ୍ରେକ୍ଷୀରେ ନିମନ୍ତ୍ରଣ ନକରିବା, ସଭା ସମିତି ଇତ୍ୟାଦି କରାଇବାକୁ ଥିଲେ ସରକାରଙ୍କର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁପାଳନ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe