କୋଭିଡ ପରିଚାଳନା ପାଇଁ ବିଏମସିକୁ ଆଉ ୨୦ କୋଟି ମଞ୍ଜୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ମଞ୍ଜୁରୀ । ମୁକାବିଲା ପାଇଁ ପୂର୍ବରୁ ମିଳିଥିଲା ୭୭ କୋଟି ।

181

କନକ ବ୍ୟୁରୋ: କୋଭିଡ ପରିଚାଳନା ପାଇଁ ପୁଣି ବିଏମସିକୁ ୨୦ କୋଟି ମଞ୍ଜୁର । କରୋନା ପରିଚାଳନା ନିମନ୍ତେ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ମଞ୍ଜୁର କରାଯାଇଛି ।

ତେବେ ପୂର୍ବରୁ ବିଏମସିକୁ ୭୭ କୋଟି ଟଙ୍କା ଦିଆଯାଇଥିଲା । କୋଭିଡ ପରିଚାଳନା ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏବେ ଆଉ ୨୦ କୋଟି ଟଙ୍କା ବିଏମସିକୁ ମଞ୍ଜୁର ହୋଇଛି ।

ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ୍ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଏଠାରେ ସର୍ବାଧିକ ରହିଛି । ଅବସ୍ଥା ଗୁରୁତର ହେଲେ ଚିକିତ୍ସା ପାଇଁ ବି ରୋଗୀ ଭୁବନେଶ୍ୱରକୁ ଆସନ୍ତି । ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର କରାଯାଇଛି ।