କୋଭିଡ୍-୧୯ ପରୀକ୍ଷା ପାଇଁ ଫି ଧାର୍ଯ୍ୟ କଲେ ସରକାର: ଘରୋଇ କ୍ଲିନିକରେ ପରୀକ୍ଷା କଲେ ସର୍ବାଧିକ ନେଇପାରିବେ ୨୨ ଶହ ଟଙ୍କା; ଭୁବନେଶ୍ୱରର ୪ଟି ହସ୍ପିଟାଲକୁ ପରୀକ୍ଷା ପାଇଁ ଅନୁମତି

607

କନକ ବ୍ୟୁରୋ: କାଭିଡ୍-୧୯  ପରୀକ୍ଷା ପାଇଁ ଫି – ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର  ନିଷ୍ପତି ଅନୁଯାୟୀ ଆରଟିପିସିଆର ଟେଷ୍ଟ ପାଇଁ ମନୋନୀତ ହୋଇଥିବା ଘରୋଇ କ୍ଲିନିକମାନେ ସର୍ବାଧିକ ୨୨ଶହ ଟଙ୍କା ଫି ନେଇ ପାରିବେ । ଏହା ଭିତରେ ଜିଏସଟି ସମେତ ଅନ୍ୟାନ୍ୟ ଫି ମଧ୍ୟ ରହିଛି । ଭୁବନେଶ୍ୱରର ୪ଟି ହସ୍ପିଟାଲକୁ କୋଭିଡ୍୧୯ ପରୀକ୍ଷା ପାଇଁ ଅନୁମତି ଦିଆଆଯାଇଛି । ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲ, ଜେନେଏକ୍ସ ଡାଇଗୋନୋଷ୍ଟିକ୍ସ ଓ ଆଇଏନଡିଏନଏ  ଲାଇଫ୍ ସାଇନ୍ସକୁ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ଆଇସିଏମଆର । ଏହି ହସ୍ପିଟାଲ ଗୁଡିକ ଆରସିଏମଆର ତତ୍ୱାବଧାନରେ କରୋନା ପରୀକ୍ଷା କରିବେ ।

ସେପଟେ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବଡ ଆଶଙ୍କା କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର । କହିଛନ୍ତି, ଓଡିଶାରେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।ଯେତେବେଳେ କଂଟାକ୍ଟ ଟ୍ରେସିଂ ହୋଇନପାରେ ସେତେବେଳେ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା କରାଯାଏ । କିିନ୍ତୁ ଏବେ ସୁଦ୍ଧା ରାଜ୍ୟରେ ସମସ୍ତଙ୍କ କଂଟାକ୍ଟ ଟ୍ରେସିଂ ହୋଇପାରୁନି ବୋଲି ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର । ସେହିପରି ରାଜ୍ୟରେ ଖୁବ ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ । କରେନାରେ ଭଲ ହୋଇଥିବା ଲୋକଙ୍କ ପାଖରୁ ପ୍ଲାଜମା ନିଆଯିବ । ପ୍ରୋଟୋକଲ ଅନୂୁସାରେ ଏହି ପ୍ରୟୋଗ କରାଯିବ । ଗୋଟିଏ ସପ୍ତାହ ଭିତରେ ଏହା ଆରମ୍ଭ ହେବ । ସେହିପରି କରୋନା ଭ୍ୟାକସିନ ଉପରେ ଗତକାଲି ଆଇସିଏମଆର ସମକୁ ଅନୁମତି ଦେଇଛି । । ୫ରୁ ୧୦ ଦିନ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ।