ବିଧାନସଭାରେ ଚାଷୀ ତାତି ! ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

42

କନକ ବ୍ୟୁରୋ : ବିଧାନସଭାରେ ଚାଷୀଙ୍କ ସମସ୍ୟାକୁ ନେଇ ଜୋରଦାର ହଙ୍ଗାମା । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି । କେନ୍ଦୁଝର ଚାଷୀଙ୍କ ଟମାଟୋ ଫିଙ୍ଗା ଘଟଣାକୁ ନେଇ ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ । ଆଜି ଶୂନ୍ୟକାଳରେ ଚାଷୀଙ୍କ ସମସ୍ୟା ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି ।

ଟମାଟୋ ଅଭାବୀ ବିକ୍ରି ପାଇଁ ସରକାରଙ୍କୁ ଦାୟୀ କରି ଜବାବ ମାଗିଥିଲେ । ସରକାରଙ୍କ ଉତର ଦାବି କରି ଗୃହର ମଧ୍ୟ ଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ଗୃହ କାର୍ଯ୍ୟ ବାଧିତ ହେବାରୁ ବାଚସ୍ପତି ଗୃହକୁ ୧୫ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଚାଷୀ ସମସ୍ୟାକୁ ନେଇ ହଟଗୋଳ କରିବାରୁ ଗୃହକୁ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।