କନକ ବ୍ୟୁରୋ : ବିଧାନସଭାରେ ଚାଷୀଙ୍କ ସମସ୍ୟାକୁ ନେଇ ଜୋରଦାର ହଙ୍ଗାମା । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି । କେନ୍ଦୁଝର ଚାଷୀଙ୍କ ଟମାଟୋ ଫିଙ୍ଗା ଘଟଣାକୁ ନେଇ ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ । ଆଜି ଶୂନ୍ୟକାଳରେ ଚାଷୀଙ୍କ ସମସ୍ୟା ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି ।
ଟମାଟୋ ଅଭାବୀ ବିକ୍ରି ପାଇଁ ସରକାରଙ୍କୁ ଦାୟୀ କରି ଜବାବ ମାଗିଥିଲେ । ସରକାରଙ୍କ ଉତର ଦାବି କରି ଗୃହର ମଧ୍ୟ ଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ଗୃହ କାର୍ଯ୍ୟ ବାଧିତ ହେବାରୁ ବାଚସ୍ପତି ଗୃହକୁ ୧୫ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଚାଷୀ ସମସ୍ୟାକୁ ନେଇ ହଟଗୋଳ କରିବାରୁ ଗୃହକୁ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-28-12h28m12s661.png)