କନକ ବ୍ୟୁରୋ: ୨୪ ଘଂଟାରେ ସରକାରୀ ଅନଲାଇନରେ ପଂଜୀକରଣ କରିଛନ୍ତି ୧୨୩୯ ଜଣ । ତେବେ ୫୫୪ଜଣ ଟେଲିଫୋନ ଜରିଆରେ ପଂଜିକରଣ କରିଥିବା ବେଳେ ୬୭୫ ଜଣ ଅନଲାଇନ ରେଜିଷ୍ଟ୍ରେସନ କରିଛନ୍ତି । ଏବେ ଯାଏ ୩୨ଟି ନମୂନା ପରୀକ୍ଷା ହୋଇଛି । ଯେଉଁଥିରେ ୩୧ଟି ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଣକଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ କରୋନାର ଏହି ବିଶ୍ୱବ୍ୟାପି ପରିସଂଖ୍ୟା ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା, ଲକ୍ଷେ ୮୩ ହଜାର ୧୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ବର୍ଷରୁ କମ୍ ଜଣେ ହେଲେ ଶିଶୁ ନାହାଁନ୍ତି । କୁହାଯାଉଥିଲା, ଛୋଟ ପିଲା ଏବଂ ବୟସ୍କଙ୍କୁ କରୋନା ଭୂତାଣୁର ଭୟ ଅଧିକ । କାରଣ, ସେମାନଙ୍କ ପାଖରେ ରୋଗ ପ୍ରତିଶେଧକ ଶକ୍ତି କମ । କିନ୍ତୁ ସାରା ବିଶ୍ୱରେ ୯ବର୍ଷରୁ କମ ଜଣେ ହେଲେ ଶିଶୁ କରୋନା ଭୁତାଣୁ ଦ୍ୱାରା ପ୍ରାଣ ହରାଇନାହାଁନ୍ତି । ଯାହା ଏକ ଭଲ ଖବର ବୋଲି ସୂଚନା ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଶ୍ରୀ ବାଗ୍ଚୀ କହିଛନ୍ତି ଯେ, ଗତକାଲି ଘୋଷଣା ହୋଇଥିବା ‘୧୦୪’ ହେଲ୍ପଲାଇନ୍ ନମ୍ବରକୁ ବହୁସଂଖ୍ୟାରେ ଫୋନ ଆସୁଥିବା ବେଳେ କୋଡିଡ୍ ୧୯ ପୋର୍ଟାଲ ଜରିଆରେ ମଧ୍ୟ ବହୁସଂଖ୍ୟକ ପଞ୍ଜୀକରଣ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂପର୍କିତ ସୂଚନା ଦେଉଥିବା ୧୦୪ ହେଲପ୍ଲାଇନ୍କୁ ୧୦ ହଜାର କଲ୍ ଆସିଛି । ଗତ ୨୪ ଘଣ୍ଟାରେ ୧୨୩୯ ଜଣ ବିଦେଶ ଫେରନ୍ତା ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି।ତେଣୁ ଚିନ୍ତାର କାରଣ ନାହିଁ । ବିଦେଶ ଫେରନ୍ତାଙ୍କ ଚିହ୍ନଟ ଲାଗି ଉଦ୍ଦିଷ୍ଟ ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟ କରୁଛି। ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ୫୪୬ଟି ଆଇସୋଲେସନ୍ ଶଯ୍ୟା ବ୍ୟବସ୍ଥା କରାଯାଇଛି। କୋଭିଡ୍-୧୯ କର୍ଣ୍ଣର ତିଆରି ପାଇଁ ଘରୋଇ ହସ୍ପିଟାଲକୁ କୁହାଯାଇଛି। ସେହିଭଳି ମଲ୍ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୁଡ଼ିକ ଖୋଲା ରହିବ। ଲୋକେ ଖାଇବା ଜିନିଷ ଓ ଔଷଧ କିଣିବା ପାଇଁ ମଲ୍ ଭିତରେ ଥିବା ଦୋକାନକୁ ଯାଇପାରିବେ। ମଲକୁ ବିନା କାମରେ ବୁଲିଯିବା ଠିକ ହେବ ନାହିଁ। ମଲ୍ରେ ଅଯଥା ଭିଡ ଜମାଇବାର ଆବଶ୍ୟକତା ନାହିଁ ବୋଲି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୂଚନା ଦେଇଛନ୍ତି।
ବ୍ୟାଙ୍କମାନଙ୍କୁ ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ସେମାନେ ଏଟିଏମ୍ ସଫା ରଖିବେ। ଏଟିମ୍ ଭିତରେ ହ୍ୟାଣ୍ଡ ସାନିଟାଇଜର ରଖିବେ। ସେହିଭଳି ଶ୍ରୀ ବାଗଚୀ କହିଛନ୍ତି, ଆଶ୍ରମ ସ୍କୁଲ ହଷ୍ଟେଲରେ ୫ ଲକ୍ଷରୁ ଅଧିକ ପିଲା ପାଠ ପଢୁଛନ୍ତି। ସେମାନେ ହଷ୍ଟେଲରେ ସୁରକ୍ଷିତ ଅଛନ୍ତି। ଆମେ ସେମାନଙ୍କ ପାଇଁ ଭଲ ବ୍ୟବସ୍ଥା କରିଛୁ। ଯଦି ଅସୁବିଧା ହୁଅନ୍ତି, ସେଥିପାଇଁ ପାଇଁ ପଦକ୍ଷେପ ନେବୁ। ପିଡିଏସ ଯୋଜାନାରେ ଯେଉଁମାନେ ବୟସ୍କ ବ୍ୟକ୍ତି ଅଛନ୍ତି, ସେମାନଙ୍କୁ ରାସନ ଘରେ ପହଞ୍ଚାଇ ଦିଆଯିବ। ଆଉ ଏସବୁ ଭିତରେ ସବୁଠାରୁ ବଡ଼ ଆହ୍ୱାନ ହେଲା, ସତର୍କତା ଓ ସଚେତନା ଅବଲମ୍ବନ କରି କରୋନା ସ୍ଥିତିର ମୁକାବିଲା କରିବା ବୋଲି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/17-7.jpg)