ବ୍ରାଉନସୁଗାର କବଳରେ ଟ୍ୱିନ ସିଟିର ଯୁବପିଢ଼ି । ଦିନକୁ ଦିନ ବଢୁଛି ନିଶାଗ୍ରସ୍ତ ଯୁବକଙ୍କ ସଂଖ୍ୟା ।

125

କନକ ବ୍ୟୁରୋ : କଟକ ସହରରେ ବେଧଡକ ଚାଲିଛି ନିଶା କାରବାର । କନକ ନ୍ୟୁଜ ହାତରେ ଲାଗିଥିବା ଏକ ହ୍ୱାଟ୍ସଆପ ଚାଟରେ, ୨ଟି ବଡର ମୂଲ୍ୟ ୭୦୦ ଟଙ୍କା ବୋଲି ଲେଖା ଯାଇଛି । ବଡ ଅର୍ଥାତ ଗଞ୍ଜେଇରୁ ପ୍ରସ୍ତୁତ ଏକପ୍ରକାର ନିଶା, ଯାହାକୁ ଚିଲମ ସାହାଯ୍ୟରେ ଟଣା ଯାଇଥାଏ । ଜଣେ ଡ୍ରଗ୍ସ ପେଡଲର ଗ୍ରାହକଙ୍କ ନିକଟକୁ ପଠାଇଥିବା ହ୍ୱାଟ୍ସଆପରେ ଏହି ମେସେଜରୁ ଜଣାପଡୁଛି କିଭଳି କଟକ ସହରରେ ଖୁଲମଖୁଲ୍ଲା ଚାଲିଛି ନିଶା କାରବାର ।

କଟକ ସହରରେ କେମିତି ହେଉଛି ଡ୍ରଗ୍ସ କାରବାର, ତାର ଏକ ଏକ୍ସକ୍ଲୁସିଭ ହ୍ୱାଟ୍ସଆପ୍ ଚାଟ୍ କନକ ନ୍ୟୁଜ ହାତରେ ଲାଗିଛି । ଡ୍ରଗ୍ସ ପେଡଲର ଓ ନିଶାଡିଙ୍କ ଭିତରେ ହୋଇଥିବା ହ୍ୱାଟ୍ସଆପ ଚାଟରେ ୨ଟି ବଡର ମୂଲ୍ୟ ୭୦୦ ଟଙ୍କା ବୋଲି ଲେଖାଯାଇଛି । ଅପରାହ୍ନ ସାଢେ ୫ଟା ପରେ ଆସିବାକୁ ହ୍ୱାଟ୍ସଆପ ଚାଟରେ କୁହାଯାଇଛି । ଜଣେ ଡ୍ରଗ୍ସ ପେଡଲର ଗ୍ରାହକଙ୍କ ନିକଟକୁ ହ୍ୱାଟ୍ସଆପରେ ପଠାଇଥିବା ଏହି ମେସେଜରୁ ଜଣାପଡୁଛି କିଭଳି କଟକ ସହରରେ ଖୁଲମଖୁଲ୍ଲା ଚାଲିଛି ନିଶା କାରବାର ।

ବ୍ରାଉନସୁଗାର କବଳରେ ଟ୍ୱିନ ସିଟିର ଯୁବପିଢ଼ି । ଦିନକୁ ଦିନ ବଢୁଛି ନିଶାଗ୍ରସ୍ତ ଯୁବକଙ୍କ ସଂଖ୍ୟା । ପ୍ରତିଦିନ ଗଞ୍ଜେଇ ଓ ବ୍ରାଉନ ସୁଗାର ଧରାପଡିବା ଭଳି ଖବର ସବୁ ସାମ୍ନାକୁ ଆସୁଛି । କିନ୍ତୁ ରାଜ୍ୟରେ ଏତେ ପରିମାଣରେ ଜହର ବିକ୍ରି ହେଉଛି ଯେ, ପୁଲିସର ବାରମ୍ବାର ଚଢାଉ ସତ୍ୱେ ଏହି କାରବାର ଉପରେ ରୋକ୍ ଲଗାଇବା ସମ୍ଭବ ହେଉନାହିଁ । ଗତ କିଛିବର୍ଷ ଭିତରେ କଟକ-ଭୁବନେଶ୍ୱର ଟ୍ୱିନ ସିଟିରେ ଶହଶହ ସଂଖ୍ୟାରେ ଯୁବକ ଏହି ଧଳା ଜହରର ଶିକାର ହୋଇଥିବା କହିଥିଲେ ଖୋଦ ପୋଲିସ କମିଶନର ।

କେମିତି ଚାଲିଛି ନିଶା କାରବାର: କମିଶନରଙ୍କ ସୂଚନା

– ଗତ ୯ ମାସରେ ଟ୍ୱିନ ସିଟିରୁ ପୋଲିସ ୧୦ କେଜି ଓଜନର ବ୍ରାଉନ ସୁଗାର ଜବତ କରିଛି

– ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଏହି ପରିମାଣର ଧଳା ଜହର ଜବତ ହୋଇଛି

– ଏହାର ବଜାର ମୂଲ୍ୟ ଆନୁମାନିକ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି

– ନିଶା କାରବାରକୁ ନେଇ ୪୪ଟି ମାମଲା ହୋଇଥିବାବେଳେ ଗିରଫ ହେଲେଣି ୯୭ ଜଣ  

ପୋଲିସ କମିଶନର କହିଥିଲେ ବ୍ରାଉନ ସୁଗାର କାରବାରରେ କଟକରେ ୧୧ଟି ମାମଲାରେ ୩୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ କେଜି ୬୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ବାଲେଶ୍ୱର ଓ ଜଳେଶ୍ୱରରୁ ଟ୍ୱିନ ସିଟିକୁ ଏହି ବିଷ ଆସୁଥିବା ସ୍ପଷ୍ଟ ହୋଇଥିଲେ ବି କାରବାରର ମୁଖିଆମାନଙ୍କୁ ଠାବ କରାଯାଇ ପାରୁନାହିଁ ।