କନକ ବ୍ୟୁରୋ : କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ କମ୍ବୋଡିଆରେ ବନ୍ଦୀ ହୋଇ ରହିଥିବା ରଙ୍ଗେଲଲୁଣ୍ଡାର ଦୀନବନ୍ଧୁ ସାହୁ ଘରକୁ ଫେରିଛନ୍ତି । ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ ବିକିଦେଇଥିଲା ଏଜେଣ୍ଟ । ୨୫୦୦ ଡଲାର ଦେଲେ ଛାଡ଼ିବେ ବୋଲି ଏଜେଣ୍ଟ କହିଥିଲେ । କୋଠରୀରେ ବନ୍ଦୀ ଭାବରେ ଜୀବନ ବିତାଉଥିଲେ ଦୀନବନ୍ଧୁ ।

Advertisment

କାନାଡାରେ ଥିବା ଗ୍ଲୋବାଲ ଓଡ଼ିଆ ଭଲ୍ୟୁଟିୟର୍ସ ଆସୋସିଏସନର ସଂଜୟ ଦଳାଇଙ୍କ ସହାୟତାରେ ସେ ଘରକୁ ଫେରିଛନ୍ତି । ପୁଅକୁ ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ ଦୀନବନ୍ଧୁଙ୍କ ବାପା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାର ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ଗୁଜୁରାଟର ଏକ କମ୍ପାନୀ ୟୁନିଟ୍ ଏମ୍ପଲୟମେଣ୍ଟ ସର୍ଭିସ ସହ ଯୋଗାଯୋଗରେ ଆସିଥିଲେ । ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଜେଣ୍ଟ ଜରିଆରେ ଦୀନବନ୍ଧୁ ଭିସା ପାସପୋର୍ଟ ପାଇଥିଲେ ।

ପ୍ରଥମେ ଭିଏତନାମ ଓ ପରେ କାମ୍ବୋଡିଆରେ ପହଞ୍ଚିଥିଲେ ଦୀନବନ୍ଧୁ । ଅଭିଯୋଗ ଅନୁସାରେ, କମ୍ପାନୀ ତାଙ୍କୁ ସିମ୍ ଠକେଇ, କଲ୍ କରି ଓଟିପି ଜରିଆରେ ଠକେଇ ଆଦି କାମରେ ଆଦି ନିୟୋଜିତ କରିଥିଲା । ଏଭଳି ବେଆଇନ୍ କାମ କରିବେ ନାହିଁ ବୋଲି ଦୀନବନ୍ଧୁ ମନା କରିଦେବାରୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ଦେଇଥିଲେ ।