କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ : ନିଖୋଜ ଡେଇଁ ପଡିବାର କାରଣ ଅସ୍ପଷ୍ଟ

ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ୟମ ଜାରି

72

କନକ ବ୍ୟୁରୋ : କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣକ ଖାରବେଳ ନଗର ଅଞ୍ଚଳର ଜଣାପଡିଛି । ଯୁବକ ଜଣକ ନିଜ ସ୍କୁଟି ରଖି ନଦୀକୁ ଦେଇଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଆଉ ଏହା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ | ବର୍ତ୍ତମାନ ଓଡ୍ରାଫ ଟିମ ଖୋଜାଖୋଜି ଆରମ୍ଭ କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ମୁତାବକ କଟକ-ଭୁବନେଶ୍ୱର କାଠଯୋଡି ପୋଲ ଉପରେ ଆଜି ଜଣେ ଯୁବକ ନିଜ ସ୍କୁଟି(ଓଆର ୦୨ ବିଆର ୭୯୫୬) ରଖି ନଦୀକୁ ଡେଇଁପଡ଼ିଥିଲେ ।  ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳ ସପନ କୁମାର ବେହେରା । ଯୁବକ ଜଣକ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ନିଜ ସ୍କୁଟି ରଖି ନଦୀକୁ ନେଇଁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଯୁବକଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହାସହ ପୁଲିସ ଓ ଓଡ଼୍ରାଫ୍‌ ଟିମ୍ ପହଞ୍ଚି ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି ।