ପରଲୋକରେ ଓଡ଼ିଶାର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । କରୋନାରେ ଚାଲିଗଲା ପ୍ରତିଭାବାନ୍ ସାମ୍ବାଦିକଙ୍କ ଜୀବନ ।

1,782

କନକ ବ୍ୟୁରୋ: ପରଲୋକରେ ଓଡ଼ିଶାର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନାରେ ଆକ୍ରାନ୍ତ ହୋଇ ଆଖିବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ ଦୀର୍ଘଦିନ ଧରି କାମ କରୁଥିଲେ । ନିଜର କର୍ତବ୍ୟ ସମ୍ପାଦନ, ବ୍ୟବହାର ଓ ମେଳାପୀ ସ୍ୱଭାବ ପାଇଁ ପ୍ରବୀର ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ ।

ତେବେ କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେଇଥିଲେ । ତେବେ ପୁଣି ଅସୁସ୍ଥ ହେବାରୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମାସକ ତଳେ ତାଙ୍କର ବାପାଙ୍କ ପରଲୋକ ହୋଇଥିଲା । ଘରେ ତାଙ୍କର ପତ୍ନୀ ଓ ଛୋଟ ଶିଶୁକନ୍ୟା ଅଛନ୍ତି । ପ୍ରବୀରଙ୍କ ପରଲୋକକେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।