କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା ।

137

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । ରାଜ୍ୟରେ ଟିକାର ଅଭାବ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା ।

ରାଜ୍ୟରେ କୋଭିସିଲ୍ଡ ଟିକାର ସ୍ୱଳ୍ପ ଓ ଅନିୟମିତ ଯୋଗାଣ ଯୋଗୁଁ ଟିକାକରଣ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ରାଜ୍ୟର ଆବଶ୍ୟକତା ଅନୁସାରେ ଏତେ କମ ଟିକା ଅଛି ଯେ, ଟିକାକରଣ କାର୍ଯ୍ୟ ସୁରୁଖୁରରେ ଜାରି ରଖିବା କଷ୍ଟକର ହୋଇପଡିଛି । ରାଜ୍ୟରେ ୩ ତାରିଖରେ ୨ ଲକ୍ଷ ୭୧ ହଜାର ଲୋକଙ୍କ ଟିକାଦାନ ହୋଇଥିବାବେଳେ ଗତ ୨୯ ତାରିଖରେ ମାତ୍ର ୨୭ ହଜାର ଲୋକଙ୍କ ଟିକାଦାନ ହୋଇଛି । ଏହିଭଳି ଟିକାର ସ୍ୱଳ୍ପ ଓ ଅନିୟମିତ ଯୋଗାଣ ଯୋଗୁଁ ଠିକ୍ ସମୟରେ ଟିକା ଦେଇ ହେଉନାହିଁ ।
ତେଣୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ଏକାଥରକେ ୨୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ ଅନୁରୋଧ କରିଛନ୍ତି ।