ପ୍ରଭୁ ରାମଙ୍କ ଭକ୍ତିରେ ଉବୁଡୁବୁ ମହିଳା । ରାମଲଲାଙ୍କ ଦର୍ଶନ ପାଇଁ ଓଡିଶାରୁ ଅଟୋ ଚଳାଇ ପହଂଚିଗଲେ ଅଯୋଧ୍ୟା

191

କନକ ବ୍ୟୁରୋ : ରାମଲାଲାଙ୍କ ଦର୍ଶନ ପାଇଁ ଓଡ଼ିଶାରୁ ଅଟୋ ଚଲାଇ ଅଯୋଧ୍ୟା ଗଲେ ମହିଳା । ୩ଟି ରାଜ୍ୟ ଅତିକ୍ରମ କରି ଅଯୋଧ୍ୟା ପହଂଚିଛନ୍ତି କେନ୍ଦୁଝର ସଦର ବ୍ଲକ ହାଣ୍ଡିଭଙ୍ଗା ଗାଁର ସନ୍ତୋଷୀ ଦେଓ । ପ୍ରେମ ବିବାହ ଓ ପ୍ରତାରଣା ପରେ ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ପରିବାର । ୪ବର୍ଷ ହେଲା ଭୁବନେଶ୍ୱରରେ ରହି ଅଟୋ ଚଳାଇ ପରିବାର ଚଳାଉଛନ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ସେ ଓଡ଼ିଶାରୁ ଅଟୋ ଚଳାଇ ଅଯୋଧ୍ୟାରେ ପହଂଚିଛନ୍ତି । ୪ଦିନ ଧରି ଅଟୋ ଚଲାଇ ଆସୁଥିବା ବେଳେ ରାତିରେ ବିଭିନ୍ନ ମଠ ମନ୍ଦିରରେ ଆଶ୍ରୟ ନେଉଥିଲେ । ଏବଂ ସକାଳୁ ପୁଣି ବାହାରି ପଡ଼ୁଥିଲେ । ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ଦର୍ଶନ ପରେ ଏବେ ସେ ପୁଣି ଓଡ଼ିଶା ଫେରିଆସିବେ ବୋଲି କହିଛନ୍ତି ।