କନକ ବ୍ୟୁରୋ : ଭୁବନେଶ୍ୱର ମହିଳା କମିସନ ଅଫିସରେ ଦୀପିକା । ଗତକାଲି ଦୀପିକା ହାଜର ହେବା ପରେ ଆଜି ମଧ୍ୟ କମିସନଙ୍କ ଅଫିସରେ ହାଜର ହୋଇଛନ୍ତି । ସେହିପରି ତାଙ୍କ ପିଲାର ବାପା ବୋଲି କୁହାଯାଉଥିବା ଦୀନେଶଙ୍କୁ ମଧ୍ୟ ଆଜି ହାଜର ହେବାକୁ ବ୍ରହ୍ମପୁର ଏସପିଙ୍କ ଜରିଆରେ କମିସନ ନିର୍ଦ୍ଦେଶ ଦେଇଥିଲେ । ୭୦ରୁ ଅଧିକ ଦିନ ହେବ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ପୁଅକୁ ବାପାର ପରିଚୟ ନମିଳାବା ଯାଏ ସେ ଧାରଣାରେ ବସିବେ ବୋଲି କହିଛନ୍ତି ।
ସବୁଠାରୁ ବଡ କଥା ହେଉଛି ଦିନେଶ ହିଁ ତାଙ୍କ ପିଲାର ବାପା ବୋଲି ପ୍ରମାଣ ରହିଥିବା ଦାବି କରିଛନ୍ତି ଦୀପିକା । ଏ ସଂପର୍କରେ କୋର୍ଟଙ୍କ ନିର୍ଦ୍ଦେଶରେ ଡିଏନଏ ଟେଷ୍ଟ କରାଯାଇଛି ଓ ମୁଦା ଲଫାଫାରେ ରିପୋର୍ଟକୁ କୋର୍ଟରେ ଦାଖଲ କରାଯାଉ ବୋଲି ଗଣମାଧ୍ୟମକୁ କହିଛନ୍ତି ଦୀପିକା । ତାଙ୍କ ପୁଅର ବାପା ପରିଚୟ ପାଇଁ ସେ ଲଢେଇ କରୁଛନ୍ତି । ପୁଅକୁ ପ୍ରଥମେ ବାପାର ପରିଚୟ ମିଳୁ । ପରବର୍ତୀ ସମୟରେ ସେ କୋର୍ଟରେ ନ୍ୟାୟିକ ଲଢେଇ କରିବେ ବୋଲି କହିଛନ୍ତି । ବ୍ରହ୍ମପୁରର ଦେଶୀବେହେରା ସାହିରେ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଦୀପିକା ଦାବି କରୁଛନ୍ତି ଯେ ସେ ଓ ଦିନେଶ ଭଲ ପାଇ ବିବାହ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/iukjmujtmhjum.jpg)