ଭଞ୍ଜନଗର ଜଙ୍ଗଲରେ ମାତିଛନ୍ତି ଶିକାରୀ । ପଶୁଙ୍କ ବଦଳରେ ମଣିଷକୁ କଲେ ଗୁଳି!  

117
କନକ ବ୍ୟୁରୋ: ଭଞ୍ଜନଗରର ବେଡିଗୋବା ଜଙ୍ଗଲରେ ବେଧଡକ ମାତିଛନ୍ତି ଶିକାରି । ପଶୁଙ୍କୁ ଟାର୍ଗେଟ କରିବାକୁ ଯାଇ ମଣିଷଙ୍କୁ ବି ଛାଡୁନାହାନ୍ତି ।  ଆଉ ଭଞ୍ଜନଗର ଅଞ୍ଚଳର ସ୍ୱପ୍ନା ସାହୁ ଶିକାରୀଙ୍କ ଗୁଳିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସ୍ୱପ୍ନା ତାଙ୍କ ମାଆଙ୍କ ସହ ଜଙ୍ଗଲକୁ ପତ୍ର ସଂଗ୍ରହ କରିବାକୁ ଯାଇଥିଲେ । ପତ୍ର ତୋଳି ଗୋଟିଏ ଯାଗାରେ ରଖିବା ବେଳେ ହଠାତ ସ୍ୱପ୍ନାଙ୍କ ପେଟରେ ଗୁଳି ବାଜିଥିଲା । ଘରେ କେହି ପୁରୁଷ ଲୋକ ନଥିବାରୁ ରାତି ସାରା ଯନ୍ତ୍ରଣାରେ ଛଟପଟ ହୋଇ ସକାଳୁ ସାହି ଲୋକଙ୍କୁ କହିବାରୁ ଗୁରୁତର ଅବସ୍ଥାରେ ସ୍ୱପ୍ନାଙ୍କୁ ପ୍ରଥମେ ଭଂଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାକୁ ସ୍ଥାନାନ୍ତର କରାଯାଇଛି ।
  • ଶିକାରୀ-ବନ କର୍ମଚାରୀ ମଧୁଚନ୍ଦ୍ରିକା!
  • ଉତ୍ତର ବନଖଣ୍ଡରେ ବଢିଚାଲିଛି ଶିକାରୀଙ୍କ ଦୌରାତ୍ମ୍ୟ
ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉତ୍ତର ବନଖଣ୍ଡରେ ଶିକାରୀଙ୍କ ଦୈରାତ୍ମ୍ୟ ହେତୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ନୂତନ ଭାବେ ଡ଼ିଏଫଓ ଯୋଗଦେବା ଦିନ ହାତୀକୁ ଗୁଳିକରି ମାରିବା ପରେ ଦାନ୍ତ କାଟି ନେଇଯାଇଥିଲେ ଶିକାରୀ । ଏବେ ଶନିବାର ଦିନ ନୂତନ ଡ଼ିଏଫଓ ହିମାଂସୁ ଶେଖର ମହାନ୍ତି କାର୍ଯ୍ୟରେ ଯୋଗ ଦେଉଦେଉ ଜଙ୍ଗଲ ମଧ୍ୟରେ ଗୁଳି ମାଡ଼ରେ ମହିଳା ଆହତ ହେବା ଘଟଣା ବନ ବିଭାଗକୁ ଅଡ଼ୁଆରେ ପକାଇଛି । ସ୍ୱପ୍ନାଙ୍କ ପରିବାର ଗରିବ ଶ୍ରେଣୀର । ପତ୍ର ତୋଳିବାକୁ ଯାଇ ଜୀବନ ବିପଦରେ ପଡ଼ିଥିବାରୁ ପରିବାର ଲୋକେ ଏବେ ଚିନ୍ତାରେ ଅଛନ୍ତି ।
ବନ କର୍ମଚାରୀ –ମାଫିଆଙ୍କ ମଧୁଚନ୍ଦ୍ରିକା ପାଇଁ ଅସୁରକ୍ଷିତ ହୋଇପଡିଛି ଭଞ୍ଜନଗର ବନଖଣ୍ଡ ଅଞ୍ଚଳ ।