ନିଖୋଜ ହେବାର ୫ ଦିନ ପରେ ବି ମହିଳାଙ୍କ ମିଳୁନି ପତ୍ତା : ବସ୍ ଫେଲ୍ ହେବାରୁ ଲିଫ୍ଟ ମାଗି ୫ ଦିନ ହେଲା ନିଖୋଜ ମା-ଝିଅ

Advertisment
ନିଖୋଜ ହେବାର ୫ ଦିନ ପରେ ବି ମହିଳାଙ୍କ ମିଳୁନି ପତ୍ତା : ବସ୍ ଫେଲ୍ ହେବାରୁ ଲିଫ୍ଟ ମାଗି ୫ ଦିନ ହେଲା ନିଖୋଜ ମା-ଝିଅ

କନକ ବ୍ୟୁରୋ : ୫ ଦିନ ପରେ ବି ନିଖୋଜ ମହିଳାଙ୍କ ମିଳୁନି ପତ୍ତା । ଲିଫ୍ଟ ମାଗି ଗାଡିରେ ଯାଇଥିବା ଝିଅର ପତା ପାଉ ନାହାନ୍ତି ମାଆ । ଗତ ୨୦ ତାରିଖ ସକାଳ ୮ଟା ସମୟରେ ବେଗୁନିଆ ଥାନା ଛକରେ ଝିଅ ଶୁଭଲକ୍ଷ୍ମୀ ଓ ମା ବାଲାମଣି ଆଠଗଡ-ବ୍ରହ୍ମପୁର ବସକୁ ଅପେକ୍ଷା କରିଥିଲେ । କିନ୍ତୁ ବସ୍ ଫେଲ୍ ମାରିବାରୁ ସେବାଟ ଦେଇ ଯାଉଗୋଟିଏ ଗାଡିରେ ଲିଫ୍ଟ ମାଗିଥିଲେ ଶୁଭଲକ୍ଷ୍ମୀ । ସେଦିନଠାରୁ ତାଙ୍କର କୌଣସି ଖୋଜଖବର ନାହିଁ । ବେଗୁନିଆ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ସିସିଟିଭିର ଫୁଟେଜ୍ ଆଧାରରେ ଗାଡିର ପତା ଲଗାଇବାକୁ ଉଦ୍ୟମ କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe