କନକ ବ୍ୟୁରୋ: ସଂସଦର ଆଇନ ଗୃହୀତ ହେବା ପରେ ମଧ୍ୟ ଉଚ୍ଛେଦ ହୋଇନି ତିନି ତଲାକ । ସମ୍ବଲପୁର ଜିଲ୍ଲା ସୁନାପାଲିର ସବନମ ପରବିନଙ୍କୁ ତାଙ୍କ ସ୍ୱାମୀ ଫୋନରେ ୩ ଥର ତଲାକ୍ କହି ବିବାହ ବିଚ୍ଛେଦ କରିଛନ୍ତି । ଆହୁରୀ ମଧ୍ୟ ସବନମ ଅଭିଯୋଗ କରିଛନ୍ତି, ତାଙ୍କ ଅଜାଣତରେ ୨ ଜଣ ଶିଶୁ ପୁଅକୁ ତାଙ୍କ ସ୍ୱାମୀ ଉଠାଇ ନେଇଛନ୍ତି ଏବଂ ସେମାନଙ୍କୁ ସେ ବିକ୍ରି ଉଦ୍ୟମ କରୁଥିବା ସଂପର୍କୀୟଙ୍କଠାରୁ ଜାଣିବାକୁ ପାଇଛନ୍ତି । ତେବେ ଦୁଇ ଶିଶୁ ପୁଅଙ୍କୁ ସୁରକ୍ଷିତ ଭାବରେ ତାଙ୍କ କୋଳକୁ ଫେରାଇ ଆଣିବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ସବନମ ।
ଅଭିଯୋଗ ଅନୁସାରେ, ୨୦୧୨ ମସିହାରେ ସବନମଙ୍କ ବିବାହ ରାଉରକେଲା କୁଲୁଙ୍ଗାର ଅନବର ଆଲମଙ୍କ ସହିତ ହୋଇଥିଲା। ବିବାହ ପରଠୁ ସ୍ବାମୀ ଶାରୀରିକ ଏବଂ ମାନସିକ ନିର୍ଯତନା ଦେଉଥିବାରୁ ୨୦୧୮ ମସିହାରେ ସେ ସମ୍ବଲପୁର ସ୍ଥିତ ବାପ ଘରକୁ ଚାଲି ଆସିଥିଲେ। ତାଙ୍କର ୨ ଶିଶୁ ପୁତ୍ରଙ୍କୁ ଏକୁଟିଆ ପାଳନ କରୁଥିଲେ। ଏହି ସମୟରେ ସ୍ବାମୀ ତାଙ୍କଠାରୁ ବିବାହ ବିଚ୍ଛେଦ ନକରି ପ୍ରାୟ ବର୍ଷେ ପରେ ଅନ୍ୟ ସ୍ଥାନରେ ବିବାହ କରିଥିଲେ। ୨୦୧୯ ମସିହା ଡିସେମ୍ବର ମାସରେ ସବନମଙ୍କ ବାପାଙ୍କ ଦେହାନ୍ତ ହୋଇଗଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସ୍ବାମୀ ଅନବର ଆସିଥିଲେ।
ଆଉ ଏହାର ଫାଇଦା ଉଠାଇ ତାଙ୍କ ଅଜାଣତରେ ତାଙ୍କ ୬ ବର୍ଷ ଏବଂ ୪ ବର୍ଷର ଦୁଇ ଶିଶୁ ପୁଅଙ୍କୁ ନେଇ ଯାଇଥିଲେ। କିଛି ଦିନ ପରେ ଅର୍ଥାତ ଡିସେମ୍ବର ୩୦ ତାରିଖରେ ଫୋନରେ ୩ ଥର ତଲାକ କହି ବିବାହ ବିଚ୍ଛେଦ କରିଛନ୍ତି। ବର୍ତ୍ତମାନ ସବନମ ଜାଣିବାକୁ ପାଉଛନ୍ତି, ଅନବର ବର୍ତ୍ତମାନ ସାଉଦି ଆରବ ଯିବା ପାଇଁ ଯୋଜନା କରୁଛନ୍ତି। ଏହା ପୂର୍ବରୁ ତାଙ୍କ ଦୁଇ ଶିଶୁ ପୁଅ ତାଙ୍କୁ ନଦେଇ ରାଉରକେଲା କେଉଁଠି ବିକ୍ରି ପାଇଁ ଉଦ୍ୟମ କରୁଛନ୍ତି। ଏ ସଂକ୍ରାନ୍ତରେ ସମ୍ବଲପୁର ମହିଳା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଫୋନରେ ୩ ତଲାକ୍ ଗ୍ରହଣୀୟ ନୁହେଁ। ଖୁବଶୀଘ୍ର ରାଉରକେଲା ଯାଇ ଶିଶୁମାନଙ୍କୁ ଉଦ୍ଧାର କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/TALAQ.jpg)
/kanak/media/post_attachments/wp-content/uploads/2020/02/3-2.png)
/kanak/media/post_attachments/wp-content/uploads/2020/02/739864-697811-triple-talaq1.jpg)