ଘର ଭିତରୁ ମିଳିଲା ମାଆ ଓ ୨ ଝିଅଙ୍କ ମୃତଦେହ : ଝାରସୁଗୁଡ଼ା ବ୍ରଜରାଜନଗର ଅଂଚଳର ଘଟିଛି ଦୁଃଖଦ ଘଟଣା

ସ୍ୱାମୀ ଫେରାର, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକ

131

କନକ ବ୍ୟୁରୋ : ଗୋଟିଏ ଘରୁ ମିଳିଲା ତିନି ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ମା’ ଓ ଦୁଇ ଝିଅ । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବାପା ଫେରାର ଅଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଅଂଚଳରେ । ମୃତକ ହେଲେ ୨୮ ବର୍ଷୀୟ ମା’ ସୋନି ପୋଦାର ଏବଂ ୫ ବର୍ଷୀୟ ଝିଅ ମୁସ୍କାନ ଓ ୩ ବର୍ଷୀୟ ଝିଅ ରାଧିକା । ସୋନିଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ବ୍ରଜରାଜନଗର ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସ୍ୱାମୀ ନାରାୟଣ ପୋଦାର ସହ ରହୁଥିଲେ ସୋନି ଏବଂ ତାଙ୍କର ଦୁଇ ଝିଅ । ଘଟଣା ସ୍ଥଳରୁ ପୋଲିସ ମା’ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ନାୟାରଣ ଫେରାର ଅଛନ୍ତି । ତେଣୁ ନାରାୟଣଙ୍କ ଉପରେ ପୋଲିସ ସନ୍ଦେହ କରୁଛି । ପାରିବାରିକ କହଳ ଯୋଗୁ ନାରାୟଣ ହତ୍ୟା କରିଥାଇପାରେ ପୋଲିସ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଘଟଣା ସ୍ଥଳରେ ଝାରସୁଗୁଡ଼ା ଅତିରିକ୍ତ ଏସପି ପହଂଚି ତଦନ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।