ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ । ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ ।
କନକ ବ୍ୟୁରୋ: ପୁଣି ସର୍ବଭାରତୀୟ ସ୍ତରରେ ଓଡିଶା ଆଣିଲା ସୁନାମ । ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶୀ ନୃତ୍ୟ । ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥାକୁ ଓଡିଶୀ ଛାନ୍ଦରେ ପରିବେଷଣ କରି ପ୍ରଥମ ପୁରସ୍କାର ହାତେଇଛି ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ । ପୁରସ୍କାର ବାବଦକୁ ୧ ଲକ୍ଷ ୨୫ ହଜାର ଟଙ୍କା ଘୋଷଣା କରିଛନ୍ତି ସିଆଇସିଡିର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ, ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପ୍ରଥମ ପୁରସ୍କାର ନେଇ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଭାତ ସ୍ୱାଇଁ ସୂଚନା ଦେଇଥିବା ବେଳେ ନୂଆଦିଲ୍ଲୀରେ ଏହି ପୁରସ୍କାର ଘୋଷଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଲୁଚି ଯାଉଥିବା ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଦୀର୍ଘ ଦିନ ହେବ ସେଣ୍ଟର ଫର ଇଣ୍ଡିଆନ କ୍ଲାସିକାଲ ଡ୍ୟାନ୍ସ କାମ କରି ଆସୁଥିବା ବେଳେ ଚଳିତ ଥର ୭୫ ବର୍ଷ ପୂରଣ କରିଛି । ୭୫ବର୍ଷ ପୂର୍ତ୍ତି ଅବସର ବିଭିନ୍ନ କାଟାଗୋରୀରେ ନୃତ୍ୟ ଭିଡିଓ ଆହ୍ୱାନ କରାଯାଇଥିଲା । ଅନସଙ୍ଗ ହିରୋ ଅଫ ଇଣ୍ଡିଆ ଥିମରେ ନୃତ୍ୟ ନୈବେଦ୍ୟ ପାଇକ ବିଦ୍ରୋହର କାହାଣୀ ଭରା ଭିଡିଓ ପଠାଇଥିଲେ । ଦେଶର ଅନେକ ସ୍ଥାନରୁ ୨୦୦ରୁ ଅଧିକ ଭିଡିଓ ଆସିଥିବା ବେଳେ ଓଡିଶାର ଭିଡିଓ ପ୍ରଥମ ସ୍ଥାନ ଅଧିକାର କରିଛି ।
୧୫ରୁ ୩୦ ବର୍ଷ ବୟସ ଭିତରେ ଏହି ପ୍ରତିଯୋଗିତା ହେଉଥିବା ବେଳେ ଭୁବନେଶ୍ୱର ଧଉଳି ପାହାଡରେ ନୃତ୍ୟ ଭିଡିଓ ସୁଟ୍ କରାଯାଇଛି । ତେବେ କରୋନା କଟକଣା ପାଇଁ ପୁରସ୍କାର ଉତ୍ସବକୁ ଭର୍ଚୁଆଲ ପ୍ଲାଟଫର୍ମରେ କରାଯାଇଛି ।