ଫେରିବ ଶୀତର ଲହରୀ, ଜାଡରେ ଥରିବ ଓଡିଶା । ଆସନ୍ତାକାଲି ପାଖରୁ ୩୦ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା 

179

କନକ ବ୍ୟୁରୋ : ଫେରିବ ଶୀତର ଲହରୀ । ଜାଡରେ ଥରିବ ଓଡିଶା । ପାଣିପାଗ କେନ୍ଦ୍ର ଏପରି ଆକଳନ କରିଛି । ଗତକାଲି ପାଖରୁ ଓଡିଶାକୁ ଉତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ହେଉଛି । ତେଣୁ ଆସନ୍ତାକାଲି ପାଖରୁ ୩୦ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ପାଖରୁ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତର ଲହର ଅନୁଭୂତ ହେବ । ୩୦ ତାରିଖ ଯାଏ ଶୀତ ଲହର ଜାରି ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେହିପରି ୨୪ ଘଂଟା ମଧ୍ୟରେ ଓଡିଶାରେ କେତେକ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା କରାଯାଉଛି । ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ରହିବ ବୋଲି ଆକଳନ କରାଯାଉଛି । ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ପାଣିପାଗ କେନ୍ଦ୍ର ୟେଲୋ ୱାଣ୍ଣର୍୍ିଂ ଜାରି କରାଯାଇଛି ।