କନକ ବ୍ୟୁରୋ : ଫେରିବ ଶୀତର ଲହରୀ । ଜାଡରେ ଥରିବ ଓଡିଶା । ପାଣିପାଗ କେନ୍ଦ୍ର ଏପରି ଆକଳନ କରିଛି । ଗତକାଲି ପାଖରୁ ଓଡିଶାକୁ ଉତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ହେଉଛି । ତେଣୁ ଆସନ୍ତାକାଲି ପାଖରୁ ୩୦ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା ରହିଛି ।
ଆସନ୍ତାକାଲି ପାଖରୁ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତର ଲହର ଅନୁଭୂତ ହେବ । ୩୦ ତାରିଖ ଯାଏ ଶୀତ ଲହର ଜାରି ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେହିପରି ୨୪ ଘଂଟା ମଧ୍ୟରେ ଓଡିଶାରେ କେତେକ ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା କରାଯାଉଛି । ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ରହିବ ବୋଲି ଆକଳନ କରାଯାଉଛି । ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ପାଣିପାଗ କେନ୍ଦ୍ର ୟେଲୋ ୱାଣ୍ଣର୍୍ିଂ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/2-40.jpg)