ଖୁବଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବ ଓଡ଼ିଶା: ଏବେ ସୁଦ୍ଧା ୪କୋଟି ୩ଲକ୍ଷ ଲୋକଙ୍କୁ ଦିଆଯାଇଛି ଟିକା

49

କନକ ବ୍ୟୁରୋ: ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି । ଲୋକସେବା ଭବନ କନଫରେନ୍ସ ହଲରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । କୋଭିଡ ଟିକାକରଣରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଥିବା ସମୀକ୍ଷା ପରେ କୁହାଯାଇଛି ।

ନଭେମ୍ବର ୧୩ସୁଦ୍ଧା ରାଜ୍ୟରେ ୧୩ ଦଶମିକ ୦୩କୋଟି ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି । ୨କୋଟି ୬୮ଲକ୍ଷ ୪ହଜାର ୭୫୫ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧କୋଟି ୩୪ଲକ୍ଷ ୯୬ହଜାର ୫୯ଜଣଙ୍କୁ କରୋନାର ଦୁଇଟି ଡୋଜ ଟିକା ଦିଆଯାଇଛି । ଜାତୀୟ ସ୍ତରରେ ୧୮ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କ ୭୯ ଦଶମିକ ୮ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ୮୨ ଦଶମିକ ୪ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ହୋଇଛି । ସେହିପରି ଜାତୀୟ ସ୍ତରରେ ୩୮ଦଶମିକ ୪ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୪୧ ଦଶମିକ ୫ପ୍ରତିଶତ । ୩୦ନଭେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୦ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଓ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ୨ଟି ଡୋଜ କରୋନା ଟିକା ଦିଆଯାଇ ସାରିଥିବ ବୋଲି ସମୀକ୍ଷା ପରେ କୁହାଯାଇଛି ।