କନକ ବ୍ୟୁରୋ: ଓଡିଶାରେ ତିଆରି ହେବ ଟଙ୍କା ତିଆରି କାଗଜ କାରଖାନା । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବାଲେଶ୍ୱରରେ ଟଙ୍କା ପ୍ରିଣ୍ଟ କାରଖାନା ପାଇଁ ଅନୁମତି ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ ଅନ୍ତର୍ଗତ ପଦାବଡ ଗାଁ ବିସ୍ତିର୍ଣ୍ଣ ଜମିରେ ତିଆରି ହେବ ଏହି କାରଖାନା। କଞ୍ଚ।ମାଲର ଅବସ୍ଥିତି, ଯୋଗାଯୋଗର ସୁବିଧା,ଉଚିତ ପରିବେଶ ପାଇଁ ଏହି ସ୍ଥାନକୁ ମନୋନୀତ କରାଯାଇଛି । ଏଠାରେ ଟଙ୍କା ତିଆରି କାଗଜ ପ୍ରସ୍ତୁତ ହୋଇ ଟଙ୍କା ତିଆରି ପାଇଁ ମହିଶୁର, ନାସିକ ଓ ଦେଓାସକୁ ଯିବ । ତାପରେ ରିଜର୍ଭ ବ୍ୟାଙ୍କକୁ ଯାଇ ଟଙ୍କାରେ ପରିଣତ ହେବ ।

ଟଙ୍କା ତିଆରି କାରଖାନା ପ୍ରସ୍ତୁତ ହେଲେ ଲାଭ ପାଇବେ ଓଡିଶାବାସୀ । କାରଖାନା କାର୍ଯ୍ୟକ୍ଷମ ହେଲେ ଏଥିରେ ୨୦୦୦ରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହା ୪୦ ହଜାର ପରିବାରରକ ରୋଜଗାରର ମାଧ୍ୟମ ପାଲଟିବ ।

ଦେଶରେ ୪ ଟି ସ୍ଥାନରେ ନୋଟ କାଗଜ ତିଆରି କାରଖାନା ରହିଛି । ଯେଉଁ ସ୍ଥାନରେ ଦେଶରେ ବ୍ୟବହାର ହେଉଥିବା ପ୍ରତି ନୋଟ ତିଆରି କାଗଜ ପ୍ରସ୍ତୁତ ହୁଏ । ମହାରାଷ୍ଟ୍ରର ନାସିକ,ମଧ୍ୟପ୍ରଦେଶର ଦେୱାସ,କର୍ଣ୍ଣାଟକ, ପଶ୍ଚିମବଙ୍ଗର ସାଲବୋନିରେ ରହିଛି ଟଙ୍କା ତିଆରି କାରଖାନା । ଏମାନଙ୍କ ମଧ୍ୟରୁ ୧୯୨୮ରେ ପ୍ରଥମେ ନାସିକରେ ଟଙ୍କା ତିଆରି କାରଖାନା ହୋଇଥିଲା । ଶତ ପ୍ରତିଶତ କଟନରେଏହି ସବୁ କାଗଜ ତିଆରି ହୁଏ ।