ନୂଆବର୍ଷରେ ନୂଆ ପୋଲିସ ଡିଜି ପାଇବ ଓଡିଶା । ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ ।

100

କନକ ବ୍ୟୁରୋ: ନୂଆ ବର୍ଷରେ ନୂଆ ପୋଲିସ ଡିଜି ପାଇବ ଓଡିଶା । ଅଭୟଙ୍କ ଅବସର ପରେ ନୂଆବର୍ଷରୁ କାର୍ଯ୍ୟଭାର ଗ୍ରହଣ କରିବେ ରାଜ୍ୟର ନୂଆ ପୋଲିସ ଡିଜି । ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ ରାଜ୍ୟର ପୋଲିସ ଡିଜି ଅଭୟ । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଆଉ ମାତ୍ର କିଛି ଦିନ ଅର୍ଥାତ ଡିସେମ୍ବର ୩୧ ତାରିଖରେ ବର୍ତ୍ତମାନ ପୋଲିସ ଡିଜି ଥିବା ଅଭୟ ଅବସର ଗ୍ରହଣ କରିବେ । ଏହାପରେ ରାଜ୍ୟ ନୂଆ ପୋଲିସ ଡିଜି ପାଇବ । ତେବେ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକାଧିକ ନାଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ୟୁପିଏସସି ପକ୍ଷରୁ ୩ଟି ନାଁ ବଛାଯାଇ ରାଜ୍ୟକୁ ପଠାଯିବ । ସେହି ୩ ନାଁ ଭିତରୁ ଜଣଙ୍କୁ ଡିଜିପି ଦାୟିତ୍ୱ ଦେବେ ରାଜ୍ୟ ସରକାର ।