ଆହୁରି ୪ଦିନ ଜଳିବ ଓଡିଶା, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ ।

209

 

କନକବ୍ୟୁରୋ: ଆସନ୍ତା ୪ ଦିନ ଜଳିବ ଓଡିଶା । ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ ହୋଇଛି । ଅତି ସାଂଘାତିକ୍ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାଲେଶ୍ୱର, ମୟୁରଭଂଜ, ଢେଙ୍କାନାଳ, ଝାରସୁଗୁଡା, ଗଂଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେପରି ୨୭ ତାରିଖ ଶନିବାର ପାଇଁ ୧୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ନେଇ ସତର୍କ କରାଯାଇଛି । ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଗଂଜାମ, ଗଜପତି, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡାକୁ ସତର୍କ କରାଯାଇଛି ।

ଏହାସହ ୨୮ ଓ୨୯ରେ ସାରା ଓଡିଶାକୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ ଦିନ ଅତି ସାଂଘାତିକ୍ ଗ୍ରୀଷ୍ମ ପ୍ରବାହ ପାଇଁ ଘରୁ ନ ବାହାରିବାକୁ ଚେତାବନୀ ଦିଆଯାଇଛି । ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୪୧ ଦଶମିକ ୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ୪୦ଡିଗ୍ରୀ ଉପରେ ୫ଟି ସହର ରହିଛି । ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ଡିଗ୍ରୀ, ଝାରସୁଗୁଡ଼ାରେ ୪୦ ଦଶମିକ ୪ ଓ ହୀରାକୁଦରେ ୪୦ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।