ରାଜଧାନୀ ଭୁବନେଶ୍ୱରରେ ୪୩ଡିଗ୍ରୀ ଟପିଲା ତାତି । ଦିନ ୨ଟା ୩୦ ସୁଦ୍ଧା ୪୩ ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ ।

53

କନକବ୍ୟୁରୋ: ପୁଣି ରାଜଧାନୀ ଭୁବନେଶ୍ୱରରେ ୪୩ଡିଗ୍ରୀ ଟପିଲା ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩ ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ୪୩ ଦଶମିକ ୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତପ୍ତ ସହର ପାଲଟିଛି । ସେହିପରି ଝାରସୁଗୁଡ଼ାରେ ୪୨ଦଶମିକ ୯ ବାଲେଶ୍ୱର ପରେ ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ରହିଛି ।

ସେହିପରି ଚାନ୍ଦବାଲି ୪୦ ଡିଗ୍ରୀ, , ଝାରୁସୁଗଡା ୩୯ ଦଶମିକ ୨, କେନ୍ଦୁଝର ୩୭ ଦଶମିକ ୬. ରାଉରକେଲା ୩୭ ଦଶମିକ ୬, ସମ୍ବଲପୁର ୩୬ ଦଶମିକ ୭. ହୀରାକୁଦ ୩୬, ପୁରୀ ୩୫ ଦଶମିକ ୨, ଗୋପାଳପୁର ୩୫ ଦଶମିକ ୨ ଏବଂ ପରାଦୀପରେ ୩୪ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାତିରୁ ମିଳିବନି ତ୍ରାହି , ୫ଦିନ ଯାଏଁ ଜଳିବ ଓଡିଶା ୨୬, ୨୭ ଓ ୨୮ ତାରିଖ ପାଇଁ ସାଂଘାତିକ୍ ବଢିବ ତାତି ହେବ ସିଭିଅର ହିଟ୍ ୱେଭ୍ ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।