କନକ ବ୍ୟୁରୋ : ଦିନକୁ ଦିନ ଓଡ଼ିଶାରେ ଶିଳ୍ପ ସମ୍ଭାର ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ଏକ ନୂଆ ଆଶା ଦେଇଛି । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଟିମ ବିଦେଶଗସ୍ତ କରି ଅନ୍ତର୍ଜାତିକ ସ୍ତରରେ ପ୍ରିତିଷ୍ଠିତ କମ୍ପାନୀଗୁଡିକୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ନିମନ୍ତ୍ରିତ କରୁଛନ୍ତି । ଏପରିକି ଵର୍ତମାନ ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ମାନେ ଶିଳ୍ପ ବିସ୍ତାର କରିବାକୁ ଉତ୍ସୁକ ହେଉଛନ୍ତି ।

Advertisment

କେଉଁ କାଳରୁ ଆମେ ନୌବାଣିଜ୍ୟ କରୁଥିଲେ । ଆଜି ଏହାର ଏକ ଉଦାହରଣ ହେଉଛି ଆମର ବାଲିଯାତ୍ରା । ଆମର ପ୍ରତିଟି ରକ୍ତକଣିକା ରେ ବ୍ୟବସାୟ ରହିଛି । ତେବେ ଆମ ଲୋକ ଆଜି କାହିଁକି ଚାକିରି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ପ୍ରତିଟି ଲୋକୋର ଶିକ୍ଷା , ସ୍ଵାସ୍ଥ୍ୟ ଆଉ ଆର୍ଥିକ ବୃଦ୍ଧି ହେଲେ ପ୍ରକୃତ ଓଡ଼ିଶା ନିର୍ମାଣ ହେବ । ବ୍ୟକ୍ତିତ୍ଵର ବିକାଶ ସହ ଆର୍ଥିକ ଅଭିବୃଦ୍ଧି ଓଡ଼ିଶାର ନିର୍ମାଣ କରିବ । ନିଯୁକ୍ତି ସହ ଆତ୍ମ ନିଯୁକ୍ତିର ମଧ୍ୟ ଆଜିର ସମୟରେ ବହୁତ୍ ଆବଶ୍ୟକତା ରହିଛି ।

ଓଡ଼ିଶା ନିର୍ମାଣ କେବଳ ଶବ୍ଦ ନୁହେଁ ଏହାର ମୂଲ୍ୟାଙ୍କନ ବେଶ ଗଭୀର । ନିର୍ମାଣ ଅର୍ଥ କେବଳ ଉଦ୍ୟୋଗ କିମ୍ବା ଉଦ୍ୟୋଗପତି ନୁହଁନ୍ତି । ବରଂ ନିର୍ମାଣ ଅର୍ଥ ଏ ଜାତିର ନିର୍ମାଣ, ଓଡ଼ିଶାର ନିର୍ମାଣ । ଆମେ ସେହି ଓଡ଼ିଆ ଜାତି ଯେଉଁମାନେ ସମୁଦ୍ର ବାଟେ ଅନ୍ତର୍ଜାତୀୟ ବ୍ୟବସାୟ କରୁଥିଲେ । ଓଡ଼ିଶାରେ ଶିଳ୍ପର ଭିତ୍ତିଭୂମି ଆଜିର ନୁହେଁ ଦେଢ ହଜାର ବର୍ଷ ତଳର । ଦେଢ ହଜାର ବର୍ଷ ତଳେ ଆମେ ଅନ୍ତର୍ଜାତୀୟ ବଜାରରେ ବ୍ୟବସାୟ କରୁଥିଲେ ଏବେ ଆମ ଯୁବକ ଚାକିରି ଖୋଜୁଛନ୍ତି । ଆମ ରକ୍ତରେ ବାଣିଜ୍ୟ ଓ ବ୍ୟବସାୟ ରହିଛି । ଏବେ ପୁଣିଥରେ ସେହି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ସରକାର ଏବେ ଶିଳ୍ପାୟନ ଓ ଶିଳ୍ପାୟନ ନୀତିକୁ ମିଶନ ମୋଡରେ ନେଇଛନ୍ତି

ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି କି, ୨୦୦୦ ମସିହାରୁ ଓଡ଼ିଶାରେ ଶିଳ୍ପ ପାଇଁ ସୁବର୍ଣ୍ଣସୁଯୋଗ ସୃଷ୍ଟି ହୋଇଛି । ଏବେ ଆମର ଭିତ୍ତିଭୂମି ସୁଦୃଢ ହୋଇଛି । କ୍ଷୁଧାମୁକ୍ତ ଓ ଶସ୍ୟଶାମଳା ଓଡ଼ିଶା ବୋଲି ଗର୍ବର ସହ କହିପାରୁଛୁ । ସ୍କିଲ ଇନ୍ ଇଣ୍ଡିଆରେ ସ୍କିଲ ଇନ୍ ଓଡ଼ିଶା ପିଲା ନାଁ କରି ଆସୁଛନ୍ତି । ଏବେ ୩୦ ରାଜ୍ୟ ଭିତରେ ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।
ଓଡ଼ିଶାରେ ଶିଳ୍ପ ପାଇଁ ଜାଗା ଅଛି, ପାଣି ଅଛି, ମାନବସମ୍ବଳ ଅଛି, ଭିତ୍ତିଭୂମି ଅଛି ଏବଂ ସ୍ଥାୟୀ ସରକାର ଅଛି । ଯିଏ ସ୍ଥାୟୀ ନୀତି ନିର୍ଦ୍ଧାରଣ କରି ଏହାକୁ କାର୍ଯ୍ୟକାରୀ କରୁଛି । ଆଗକୁ ଓଡ଼ିଶା ଦେଶର ଶିଳ୍ପର ହବ୍ ପାଲଟିବ । ଆମେ ଆଗକୁ ବଢୁଛୁ ଏବଂ ବଢିବୁ । ଓଡିଶା ନିର୍ମାଣ କନକ୍ଲେଭରେ ଓଡିଶାରେ ଶିଳ୍ପର ବିକାଶ ନେଇ ଏହା କହିଛନ୍ତି ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ