କନକ ବ୍ୟୁରୋ : ବିଭାଗୱାରୀ କଣ ହୋଇଛି କାମ? ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ମନ୍ତ୍ରୀ । ଆସନ୍ତା ମେ’ ୨୯ରେ ନବୀନଙ୍କ ୫ମ ପାଳିର ୪ର୍ଥ ବର୍ଷ ପୂରିବାକୁ ଯାଉଛି । ତେବେ ଏହାପୂର୍ବରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆସନ୍ତା ୨୨ ତାରିଖରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ ।
୨୦୧୯ରେ ୫ମ ଥର ପାଇଁ ସରକାରକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନ ଇସ୍ତାହାରରେ ରହିଥିବା ସମସ୍ତ ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହା ଭିତରେ ୪ ବର୍ଷ ପୂରିବାକୁ ଯାଉଛି । ତେଣୁ ଏହି ୪ ବର୍ଷରେ କଣ କଣ କାର୍ଯ୍ୟ ଶେଷ ହୋଇଛି ଏବଂ କଣ ବାକି ଅଛି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରତି ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ମନ୍ତ୍ରୀ । ଏହାସହ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ନିଆଯାଇଥିବା ବିଭାଗୀୟ ପଦକ୍ଷେପ ବାବଦରେ ମନ୍ତ୍ରୀ ମାନେ ଅବଗତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ଏନେଇ ମନ୍ତ୍ରୀ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ରିପୋର୍ଟ କାର୍ଡ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆସନ୍ତା ୨୨ ତାରିଖରୁ ୧ ଜୁନ୍ ପର୍ଯ୍ୟନ୍ତ ପ୍ରତି ବିଭାଗର ମନ୍ତ୍ରୀ ମାନେ ପର୍ଯ୍ୟାୟକ୍ରମେ ନିଜ ବିଭାଗର ରିପୋର୍ଟ କାର୍ଡ ଦେବେ । ଯେଉଁ ରିପୋର୍ଟ କାର୍ଡ ଆଧାରରେ କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/10-28.jpg)