୨ ବର୍ଷ ମଧ୍ୟରେ ନକ୍ସଲ ମୁକ୍ତ ହେବ ଓଡ଼ିଶା: ଦମ୍ଭୋକ୍ତି ପ୍ରକାଶ କଲେ ଡିଆଇଜି ଧୀରେନ୍ଦ୍ର କୁମାର

150

କନକ ବ୍ୟୁରୋ: ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ଓଡ଼ିଶା । ମାଓ ଦମନ ପାଇଁ ବଡ଼ ଯୋଜନା କରିଛି ବିଏସଏଫ । ରାଜ୍ୟର ବିଭିନ୍ନ ମାଓପ୍ରବଣ ଜିଲ୍ଲାରେ ନିର୍ମାଣ ହେବ ଅଧିକରୁ ଅଧିକ ବିଏସଏଫ କ୍ୟାମ୍ପ । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ୪୫ କିଲୋମିଟର ମଧ୍ୟରେ ବଡ଼ାପାଜୁ ଅଂଚଳରେ ଗୋଟିଏ କ୍ୟାମ୍ପ ଥିବା ବେଳେ ଏବେ ଆହୁରି ଏକ କ୍ୟାମ୍ପ ନିର୍ମାଣ କରାଯିବ । ୨୦୧୦ରୁ ୨୦୨୪ ମଧ୍ୟରେ ବିଏସଏଫ ଯବାନ ୬୫ ଜଣ ନକ୍ସଲଙ୍କୁ ନିପାତ କରିଥିବା ବେଳେ ୭୯୩ ଜଣଙ୍କୁ ଗିରଫ କରାଯାଇଛି । ୬୬୨ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ମୋଟ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ କନ୍ଦ୍ରେ ଓ ରାଜ୍ୟ ସରକାରଙ୍କ ନୂଆ ଯୋଜାନା ଗୁଡ଼ିକୁ ନକ୍ସଲ ଗଡ଼ରେ ଲୋକଙ୍କ ପାଖରେ ପହଂଚାଇବା ଦାୟିତ୍ୱ ବିଏସଏଫ ନେଇଥିବା କହିଛନ୍ତି ଡିଆଇଜି ଧୀରେନ୍ଦ୍ର କୁମାର । ଏଥିସହ ୨ ବର୍ଷରେ ରାଜ୍ୟକୁ ସମ୍ପୂର୍ଣ୍ଣ ନକ୍ସଲଏ ମୁକ୍ତ କରିବା ନେଇ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।