୧୩ ଯାଏ ସାରା ଓଡ଼ିଶାରେ କୋହଲା ପାଗ। ଆସନ୍ତା ୧୪ ତାରିଖଠାରୁ ବଢ଼ିବ ବର୍ଷାର ପରିମାଣ

୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା । ରେଡ୍ ୱାର୍ଣ୍ଣିଂ ଜାରି କଲେ ଏସ୍ଆର୍ସି । ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ।

କନକ ବ୍ୟୁରୋ: ଜୁଲାଇ ୧୩ ଯାଏ ସାରା ଓଡ଼ିଶାରେ କୋହଲା ପାଗ ଲାଗି ରହିବ। ୧୪ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, ଆଜି କାଳବୈଶାଖୀ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ହୋଇପାରେ। ବିଶେଷକରି ଝାରସୁଗୁଡ଼ା, ସମ୍ବଲପୁର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କଟକ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, କନ୍ଧମାଳ,କେନ୍ଦୁଝର ଓ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ହେବ। ମଧ୍ୟମଧରଣର ବର୍ଷା ହୋଇପାରେ। ୧୨ତାରିଖରେ ମୟୂରଭଞ୍ଜ ଓ କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ।

ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ତେବେ ୧୪ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଗତକାଲି ଦିନ ସମୟରେ ଭବାନୀପାଟଣାରେ ୧୬ ମିମି ବର୍ଷା ହୋଇଥିବା ବେଳେ ବଲାଙ୍ଗିରରେ ୩.୪, ଭୁବନେଶ୍ବରରେ ୨.୭, ହୀରାକୁଦରେ ୨, ପୁରୀ ଓ ପରାଦୀପରେ ୧ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe