SOURCE : The Indian Express
କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଏକରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ମାଲକାନଗିରିର ତାପମାତ୍ରା ଅପରିବର୍ତ୍ତିତ ରହିଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବର ଓ କଟକ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଏପ୍ରିଲ ୧ରୁ ପାଗରେ ପରିବର୍ତନ ଆସିବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆହୁରି କୁହାଯାଇଛି, ଗୁରୁବାର ସକାଳ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ରାତି ସମୟରେ ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ଖୋର୍ଧାର ଗୋଟିଏ ଦୁଇଟି ସ୍ଥାନ ସମେତ କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ପୂର୍ବାହ୍ନଠାରୁ ସାରା ରାଜ୍ୟରେ ପାଗ ବଦଳିବ। ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ପୁଣିଥରେ ୩୮ ଡିଗ୍ରି ପାର୍ ହୋଇଯିବ। ତିନି ଦିନ ଧରି ଏଭଳି ସ୍ଥିତି ଲାଗି ରହିବା ପରେ ଏପ୍ରିଲ ପହିଲାରୁ ପାଗ ବଦଳିବ।
Follow Us